ପେଟ୍ରୋଲ ଓ ଡିଜେଲ୍‌ର ଆବଶ୍ୟକ ପଡ଼ିବ ନାହିଁ, ଥରେ ଚାର୍ଜ କଲେ ୮୦୦କିମି ପର୍ଯ୍ୟନ୍ତ ଚାଲିବ ଏହି ଗାଡ଼ି !

ନୂଆଦିଲ୍ଲୀ: ପ୍ରଦୂଷଣ ସହ ଡିଜେଲ ପେଟ୍ରାଲ ଦରରୁ ରକ୍ଷା ପାଇବା ପାଇଁ ବିଶ୍ୱ ଏବେ ଇଲେକଟ୍ରିକ୍‌ ଯାନ ଦିଗରେ ଆଗେଇଛି । ସାରା ବିଶ୍ୱରେ ଇଲେକଟ୍ରିକ୍‌ ଯାନବାହନ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟପଟେ ଆଗାମୀ ଦିନରେ ଇଲେକଟ୍ରିକ ଗାଡ଼ିର ଚାହିଦା ବଢିଯିବାର ସମ୍ଭାବନା ରହିଛି । ତେବେ ଇଲେକଟ୍ରିକ୍‌ ବାହାନର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ଇଲେକଟ୍ରିକ ଗାଡ଼ି ବିକଶିତ କରୁଛନ୍ତି । ନିକଟରେ ବୈଜ୍ଞାନିକ ମାନେ ଦାବି କରିଛନ୍ତି ମାତ୍ର ଥରେ ଚାର୍ଜ କଲେ ୮୦୦ କିମି ପର୍ଯ୍ୟନ୍ତ ଚାଲିବ ଇଲେକଟ୍ରିକ୍‌ ବାହାନ ।

ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନକର୍ତ୍ତମାନେ ଦାବି କରିଛନ୍ତି ବର୍ତ୍ତମାନ ବ୍ୟବହାର ହେଉଥିବା ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ତୁଳନାରେ ଲିଥିୟମ୍‌ ଏୟାର ବ୍ୟାଟେରୀ ବ୍ୟବହାର କଲେ ୧୦ ଗୁଣ ଅଧିକ ଶକ୍ତି ସଂଚୟ କରିହେବ । ଲିଥିୟମ୍‌ ଏୟାର ବ୍ୟାଟେରୀ ଅଧିକ ପ୍ରଭାବଶାଳୀ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଟୁଡ଼ି ବସ୍ତୁଗୁଡ଼ିକ ପାଇଁ ନିର୍ମିତ ଉତପ୍ରେରକକୁ ଅଧିକ ସମୟ ଚାର୍ଜ ରଖିପାରିବ ।

ଏହି ଉତପ୍ରେରଣ ବ୍ୟାଟେରୀ ଭିତରେ ହେଉଥିବା ରାସୟୟନିକ ପ୍ରକ୍ରିୟାକୁ ଅଧିକ କ୍ଷୀପ୍ର କରିପାରେ । ଯଦ୍ୱାରା ଏହାର କ୍ଷମତା ବଢ଼ି ଯାଏ ଯ ଏବଂ ଥରେ ଚାର୍ଜ କଲେ ବାରମ୍ବାର ଚାର୍ଜ କରିବା ପାଇଁ ପଡ଼ିବ ନାହିଁ । ଥରେ ଚାର୍ଜ କରି ଆପଣ ମନଇଚ୍ଛା ଭ୍ରମଣ କରିପାରିବେ ।

ସମ୍ବନ୍ଧିତ ଖବର