ରିଭର୍ସ ଗିୟରରେ ଚାଲିବ ସ୍କୁଟର। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ଏବେ ପର୍ଯ୍ୟନ୍ତ କୌଣସି ଦୁଇ ଚକିଆ ଯାନରେ ଏପରି ସୁବିଧା ଉପଲବ୍ଧ ନାହିଁ। କେବଳ ଚାରି ଚକିଆ କିମ୍ବା ତା’ଠାରୁ ବଡ଼ ଗାଡ଼ିରେ ଏପରି ସୁବିଧା ଥାଏ। ତେବେ ରିଭର୍ସ ଗିୟର ସୁବିଧା ଥିବା ଏକ ଦୁଇଚକିଆ ଯାନ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ଭାରତର ଷ୍ଟାଟଅପ୍ କମ୍ପାନୀ ଟେ୍ଵଣ୍ଟି ଟୁ ମୋଟର୍ସ ପ୍ରାଇଭେଟ୍ ଲିମିଟେଡ଼ ଚଳିତ ମାସରେ ଆରମ୍ଭ ହେଉଥିବା ଅଟୋ ଏକ୍ସପୋରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ‘ଫ୍ଲୋ’ ଲଂଚ କରିବା ପାଇଁ ଯାଉଛି। ଗୁରୁଗ୍ରାମରେ ରହିଛି ଏହି ଷ୍ଟାଟ୍ ଅପ୍ କମ୍ପାନି। କମ୍ପାନି ଦାବି କରିଛି ଯେ ଏହି ଏହି ସ୍କୁଟରରେ ରିଭର୍ସ ଗିୟର ମିଳିବ। କମ୍ପାନିର ପ୍ରତିଷ୍ଠାତା ପ୍ରବୀଣ ଖରବ କହିଛନ୍ତି, ଏହି ସ୍କୁଟରରେ ଲାଗିଛି ୨.୧ କଡର ଇଲେକ୍ଟ୍ରିକ୍ ମୋଟର। ଏହି ସ୍କୁଟରର ବିଶେଷତ୍ୱ ହେଲା ଏଥିରେ ରହିଛି ଜିଓ ଫେନସିଂ ଫିଚର, ଯାହା ଏକ ଆପ୍ ସାହାଯ୍ୟରେ କାମ କରେ।
ଜିଓ ଫେନସିଂ ଫିଚର କିପରି କରିବ କାମ ?
ଜିଓ ଫେନସିଂ ଫିଚର ମାଧ୍ୟମର ସ୍କୁଟରକୁ ସୁରକ୍ଷିତ ରୂପେ ରାସ୍ତାରେ ଚଳାଇହେବ। ଆପ ସାହଯ୍ୟରେ ଚାଲିବ ସ୍କୁଟର। ସ୍କୁଟର, ଆପରେ ର୍ନିଦ୍ଧାରିତ ହୋଇଥିବା ସୀମା ବାହାରକୁ ଗଲେ ଆପ ଆପେ ବନ୍ଦ ହୋଇଯିବ ବୋଲି କମ୍ପାନ। ପ୍ରକାଶ କରିଛି।
୨ ଘଣ୍ଟା ଚାର୍ଜ ଓ ୮୦ କିମି ମାଇଲେଜ୍ !
ମାତ୍ର ୨ ଘଂଟା ଚାର୍ଜ କଲେ ୮୦ କିମି ଚାଲିବ ଏହି ସ୍କୁୁଟର। ସ୍କୁଟର ସର୍ବାଧିକ ବେଗ ରହିବ ୬୦ କିମି ପ୍ରତି ଘଂଟା। ଏଥିରେ ଲାଗିଥିବା ୨.୧ର ଇଲେକ୍ଟ୍ରିକ୍ ମୋଟର ୧୦୦ରେ ୯୦ ପିକ୍ ଟର୍କ ଜେନେରେଟ୍ କରେ। କମ୍ପାନି ତରଫରୁ ଏହି ସ୍କୁଟରର ମୂଲ୍ୟ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ୬୦ରୁ ୭୦ ହଜାର ପାଖାପାଖି ରହିବ ଏହି ସ୍କୁଟର ମୂଲ୍ୟ।
ଫ୍ଲୋ ସ୍କୁଟରର ରହିଛି ଆଉ ଅନେକ ଆକର୍ଷଣୀୟ ଫିଚର। ପୂର୍ବରୁ କୁହାଯାଇଛି ଏଥିରେ ରଭର୍ସ ଗିୟର ରହିବ। ତେବେ କିପରି କାମ କରିବ ଓ ଚାଳକ ପାଇଁ କେତେ ବ୍ୟବହାର ଉପଯୋଗୀ ରହିବ ଏହି ରିଭର୍ସ ଗିୟର ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏହା ବ୍ୟତୀତ କାଇନେଟିକ୍ ଏନର୍ଜ ରିକୋଭରି ସିଷ୍ଟମ, କ୍ରୁଜ କଣ୍ଟ୍ରୋଲ, ଏଲଇଡ଼ି ଡିଟେଲର ମିଟର ଏବଂ ଏଲଇଡ଼ି ଲାଇଟ୍ ମିଳିବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ନିଜ ସ୍କୁଟରକୁ ଟ୍ରାକ୍ କରିପାରିବେ। ଯାହା ଦ୍ୱାରା ଚୋରି ହେବାର ଭୟ ମଧ୍ୟ କମ୍ ରହିବ।