ଭୁବନେଶ୍ବର: ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ। କାରଖାନାର ଉତ୍ପାଦନ କ୍ଷମତା କେତେ ରହିବ ଏବଂ ସେଥିରେ କେତେ କୋଟି ଟଙ୍କା ନିବେଶ ହେବ ତାହା କମ୍ପାନି ହିସାବ କରୁଛି। ଆସନ୍ତା କିଛି ମାସ ଭିତରେ ସେହି ପ୍ରକ୍ରିୟା ଶେଷ ହେବ। କୁହାଯାଉଛି ଯେ ଏହି କାରଖାନାର ଉତ୍ପାଦନ କ୍ଷମତା ୦.୫ ନିୟୁତ ଟନ୍ ହୋଇପାରେ। ଏହି ପ୍ରକଳ୍ପ ଲାଗି କମ୍ପାନି ନିଜସ୍ବ ଉତ୍ସରୁ ପାଣ୍ଠି ସଂଗ୍ରହ କରିବ। ଅତୀତରେ ଏହି କମ୍ପାନି ଋଣ ନେଇ ଝାଡ଼ଖଣ୍ଡର ବୋକାରୋରେ ଏକ ଇସ୍ପାତ କାରଖାନା ସ୍ଥାପନ କରିଥିଲା। କିନ୍ତୁ ସେଥିରେ କମ୍ପାନି ଅସୁବିଧା ସାମ୍ନା କରିବା ସହ ତାହା ଦେବାଳିଆ ହୋଇଯାଇଥିଲା। ୨୦୧୯ରେ ସେହି କାରଖାନାକୁ ବେଦାନ୍ତ ଲିମିଟେଡ୍ ଅଧିଗ୍ରହଣ କରିଥିଲା।
ଓଡ଼ିଶାରେ କାରଖାନା କରିବ ‘ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍’
ବୋର୍ଡର ଅନୁମୋଦନ
/sambad/media/post_attachments/wp-content/uploads/2024/05/hfsfhsfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)