ଇଲେକ୍‌ଟ୍ରିକ୍‌ କାର୍‌ ପାଇଁ ହାତ ମିଳାଇଲେ ସୁଜୁକି, ଟୟୋଟା

ନୂଆଦିଲ୍ଲୀ: ଭାରତରେ ଇଲେକ୍‌ଟ୍ରିକ କାର୍‌ ଉପଲବ୍ଧ କରାଇବା ପାଇଁ ଜାପାନର ସୁଜୁକି ମୋଟର କର୍ପୋରେସନ୍‌ (ଏସ୍‌ଏମ୍‌ସି) ଏବଂ ଟୟୋଟା ମୋଟର କର୍ପୋରେସନ୍‌ ହାତ ମିଳାଇଛନ୍ତି। ଭାରତରେ ଆସନ୍ତା ୨୦୨୦ ବେଳକୁ ଇଲେକ୍‌ଟ୍ରିକ କାର ଉପଲବ୍ଧ କରାଇବା ପାଇଁ ଏହି ବୁଝାମଣା ହୋଇଛି। ବୁଝାମଣା ଅନୁଯାୟୀ, ସୁଜୁକି ଭାରତ ବଜାର ପାଇଁ ଇଲେକ୍‌ଟ୍ରିକ୍‌ ଯାନ ନିର୍ମାଣ କରିବ ଏବଂ ଏଥିରୁ କିଛି ଯାନ ଟୟୋଟାକୁ ଯୋଗାଇ ଦେବ। ଏହି କାର୍ଯ୍ୟରେ ସୁଜୁକିକୁ ଟୟୋଟା ବୈଷୟିକ ସହାୟତା ଯୋଗାଇଦେବ। ଭାରତରେ ଇଲେକ୍‌ଟ୍ରିକ ଯାନର ଗ୍ରହଣୀୟତା ସମ୍ପର୍କରେ ଉଭୟ କମ୍ପାନି ଅନୁଧ୍ୟାନ କରିବେ। ପୂର୍ବରୁ ସୁଜୁକି ଗୁଜରାଟରେ ଏକ ଲିଥିଅମ୍‌-ଆୟନ ବ୍ୟାଟେରି ସ୍ଥାପନ ଲାଗି ନିଷ୍ପତ୍ତି ନେଇଛି। ଇଲେକ୍‌ଟ୍ରିକ୍‌ ବ୍ୟାଟେରି ବ୍ୟତୀତ କମ୍ପାନି ଇଲେକ୍‌ଟ୍ରିକ ମୋଟର ଏବଂ ଅନ୍ୟାନ୍ୟ ଉପକରଣ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ସ୍ଥାନୀୟ ନିର୍ମାତାଙ୍କଠାରୁ ସଂଗ୍ରହ କରିବ।

ସମ୍ବନ୍ଧିତ ଖବର