ରିଲାଏନ୍ସ ଜୁଏଲ୍‌ସରେ ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା

ଭୁବନେଶ୍ୱର : ରିଲାଏନ୍ସ ଜୁଏଲ୍‌ସର ଚନ୍ଦ୍ରଶେଖରପୁର ଷ୍ଟୋରରେ ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ କଂପାନିର ସିଇଓ ସୁନିଲ ନାୟକ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ଏଲିନାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପ୍ରଦାନ କରାଯିବ। ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ୫ଟି ସହରରେ ଅନୁଷ୍ଠିତ ହେବ। କଟକ, ଅନୁଗୁଳ, ବ୍ରହ୍ମପୁର ଓ ରାଉରକେଲାରେ ଥିବା ୪ଟି ଷ୍ଟୋର୍‌କୁ ଯଥାକ୍ରମେ ଚଳିତ ମାସ ୪, ୫, ୧୦ ଓ ୧୨ରେ ଏଲିନା ପରିଦର୍ଶନ କରି‌ବେ। ଏଲିନା ପ୍ରତିଯୋଗିତାର ବିଜେତାମାନଙ୍କୁ ଏକ ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ଭେଟିବେ, ୱାକ୍ ଦି ର‌୍ୟାମ୍ପ୍ ୱିଥ୍ ଏଲିନା, ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ଆଲୋଚନା କରିବେ ଏବଂ କଫି ସହ ବାର୍ତାଳାପ କରିବେ ।

ସମ୍ବନ୍ଧିତ ଖବର