ଟ୍ବିଟର କିଣିବା ପରେ ଏବେ ୬୪୬କୋଟିର ଗଲ୍ଫଷ୍ଟ୍ରିମ୍ ଜି୭୦୦ ଜେଟ୍ ଅର୍ଡର କଲେ ମସ୍କ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ବିଲିୟନ ଡଲାରରେ କିଣିବା ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଆଉ ଏକ ବଡ କ୍ରୟ କରିବାକୁ ଯାଉଛନ୍ତି କରିଛନ୍ତି। ଟ୍ୱିଟରର ନୂଆ ମାଲିକ ନିଜ ପାଇଁ ଏକ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଜେଟ୍ ଅର୍ଡର କରିଥିବା ଜଣାପଡ଼ିଛି। ଏହି ଘରୋଇ ବିମାନର ମୂଲ୍ୟ ୬୪୬କୋଟି ବୋଲି ଜଣାପଡ଼ିଛି। ଗଲ୍ଫଷ୍ଟ୍ରିମ୍ ଜି୭୦୦ ଜେଟ୍ କିଣିବାକୁ ଯାଉଛନ୍ତି ମସ୍କ। ଗଲ୍ଫଷ୍ଟ୍ରିମ୍ ଜି୭୦୦ ହେଉଛି ଏକ ବିଳାସପୂର୍ଣ୍ଣ ଜେଟ୍।  ଅକ୍ଟୋବର ୨୦୧୯ରେ ଏହାକୁ ଲଞ୍ଚ କରାଯାଇଥିଲା। ମସ୍କ ବିଳାସପୂର୍ଣ୍ଣ ଜେଟ କିଣିଥିବା ନେଇ ଚର୍ଚ୍ଚା ହେଉଥିଲେ ବି ଏଲନ୍ ମସ୍କ କିମ୍ବା ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା ଏହି ନୂତନ ଜେଟ୍ କ୍ରୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

Gulfstream Further Lowers G700 Cabin Altitude | Business Aviation News: Aviation International News
ainonline

ତେବେ ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦ ଡଲାର ଆଦାୟ ପାଇଁ ସେ ଯୋଜନା କରୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏଥିପାଇଁ ମାସକୁ ୨୦ ଡଲାର ଦେବାକୁ ଅଧିକାଂଶ ୟୁଜର ଅମଙ୍ଗ ହେଉଛନ୍ତି । ପ୍ରସିଦ୍ଧ ଲେଖକ ଷ୍ଟିଫେନ କିଙ୍ଗ୍ ଏକ ଟୁଇଟ୍ କରି ଲେଖିଥିଲେ ଯେ ‘ବ୍ଲୁ ଟିକ୍ ପାଇଁ ମାସକୁ ୨୦ ଡଲାର? ସେମାନେ ମୋତେ ମାସକୁ ୨୦ ଡଲାର ଦେବା କଥା। ଏଲନ ମସ୍କ ଏହି ଟୁଇଟକୁ ପଢିବା ପରେ ଜବାବ ରଖିଥିଲେ । ସେ ଲେଖିଥିଲେ “ ଆମକୁ ଯେକୌଣସି ଉପାୟରେ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ଟ୍ବିଟର କେବଳ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ । ୮ ଡଲାର ଦବ କି ?” ତାଙ୍କର ଏହି ଦର ମୂଲଚାଲ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର