ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେର୍ ହେବେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ । ବର୍ତ୍ତମାନ ତାଙ୍କ ମୋଟ ସଂପତ୍ତିର ପରିମାଣ ୨୬୭.୩ ବିଲିୟନ ଡଲାର ଥିବାବେଳେ ୨୦୨୪ ବେଳକୁ ତାହା ୧ ଟ୍ରିଲିୟନ ( ୧ ଲକ୍ଷ କୋଟି) ଡଲାର ଅତିକ୍ରମ କରିଯିବ ।

Advertisment

ଟ୍ରିପାଲଟି ଆପ୍ରୁଭ ନାମକ ଏକ ସଂସ୍ଥା ଦ୍ବାରା ଏଲନ ମସ୍କଙ୍କ ସଂପତ୍ତିର ବାର୍ଷିକ ଅଭିବଦ୍ଧି ହାରକୁ ବିଶ୍ଳେଷଣ କରି ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ପୂର୍ବାନୁମାନ କରାଯାଇଛି ।

ଫୋର୍ବସ ରିଅଲ ଟାଇମ ବିଲିୟନେର ତାଲିକା ଅନୁସାରେ ୨୪ ମାର୍ଚ୍ଚ ସୁଦ୍ଧା ମସ୍କଙ୍କ ମୋଟ ସଂପତ୍ତିର ପରିମାଣ ୨୬୭.୩ ବିଲିୟନ ଡଲାର ଥିଲା । ବର୍ତ୍ତମାନ ଯେଉଁ ହାରରେ ତାଙ୍କର ସଂପତ୍ତି ବଢିଚାଲିଛି, ୨୦୨୪ ସୁଦ୍ଧା ତାହା ୧ ଟ୍ରିଲିୟନ ଡଲାର ଟପିଯିବ ବୋଲି ଟ୍ରିପାଲଟି ପୂର୍ବାନୁମାନ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧ ଟ୍ରିଲିୟନ ହେଉଛି ୧୦୦୦ ବିଲିୟନ । ୧ ବିଲିୟନ ହେଉଛି ୧୦୦ କୋଟି । ଏଣୁ ୧ ଟ୍ରିଲିୟନର ଅର୍ଥ ହେଉଛି ୧ ଲକ୍ଷ କୋଟି ।

ଏଲନ ମସ୍କଙ୍କ କମ୍ପାନି ଟେସଲା ଇଲେକଟ୍ରିକ କାର ନିର୍ମାଣ କରିଥାଏ । କିନ୍ତୁ ତାଙ୍କର କମ୍ପାନି ସ୍ପେଶ-ଏକ୍ସର ସଫଲତା ପରେ ତାଙ୍କ ସଂପତ୍ତିର ପରିମାଣ ଗତ ବର୍ଷଠାରୁ ଦ୍ରୁତ ଗତିରେ ବଢିଚାଲିଛି । ୨୦୧୭ ଠାରୁ ମସ୍କଙ୍କ ସଂପତ୍ତି ପରିମାଣ ବର୍ଷକୁ ୧୨୭ ପ୍ରତିଶତ ହାରରେ ବଢୁଛି । ଏଣୁ ୨୦୨୪ ସୁଦ୍ଧା ତାହା ୧.୩୮ ଟ୍ରିଲିୟନ ଡଲାରରେ ପହଞ୍ଚିବ ।