ଆପଣଙ୍କ ମୃତ୍ୟୁ ପରେ ମୁଁ ଟ୍ବିଟର୍‌ ସମ୍ଭାଳି ପାରିବି କି? ୟୁଟ୍ବ୍ୟବର୍‌ଙ୍କ ପ୍ରଶ୍ନରେ ’ଠିକ୍‌ ଅଛି’ ବୋଲି ଉତ୍ତର ଦେଲେ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର କିଣିବା ପରେ ଟେସଲାର ସିଇଓ ଏଲନ୍ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି। ଟ୍ବିଟରକୁ କିଣିବାରେ ସଫଳ ହେବା ପରେ ମସ୍କ ଦୁନିଆର କୌଣସି ବି  ବଡ଼ କମ୍ପାନିକୁ କିଣିବାରେ ସକ୍ଷମ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ହେଲେ ଏତେ କ୍ଷମତାଶାଳୀ ହୋଇ ବି ଏଲନ ମସ୍କ ନିକଟରେ ଏଭଳି ଏକ ଟ୍ବିଟ କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟ୍ବିଟରକୁ କିଣିବାରେ ସଫଳ ହେବା ପରେ ବି ମସ୍କ ନିଜ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟକଲା ଭଳି ଟ୍ବିଟ କରିଥିଲେ। ଏଥିରେ ସେ ତାଙ୍କର ‘ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ’ ହେବା ବିଷୟରେ ଲେଖିଥିବା ବେଳେ ଯାହାକୁ ଏହା ଏକ ମଜାକ ନୁହେଁ ବୋଲି ତାଙ୍କ ମାଆ ମାଏ ମସ୍କ ରି-ଟ୍ବିଟ୍‌ କରିଥିଲେ।

ମାତ୍ର ସେଥିରେ ୟୁଟ୍ୟୁବର୍‌ ମିଷ୍ଟର୍‌ ବିଷ୍ଟ୍‌ଙ୍କ କମେଣ୍ଟ୍‌ ଥିଲା ଅତ୍ୟନ୍ତ ମଜାଦାରକ। ସେ ଏଲନ ମସ୍କ ମୃତ୍ୟୁ ସଂପର୍କିତ କରିଥିବା ଟ୍ବିଟ୍‌ରେ କମେଣ୍ଟ୍‌ ଦେଇ ଲେଖିଥିଲେ, ‘ଯଦି ଏଭଳି ଆପଣଙ୍କ ମୃତ୍ୟୁ ହେଉଛି ତାହେଲେ ଟ୍ବିଟର୍‌ ମୁଁ ଚଳାଇ ପାରିବି କି?’ ଯାହାର ଉତ୍ତରରେ ‘ଠିକ୍‌ ଅଛି ବା ଓକେ’ ବୋଲି ଲେଖିଥିଲେ ମସ୍କ। ତା’ପ‌‌ରେ ମିଷ୍ଟର୍‌ ବିଷ୍ଟ୍‌ ଲେଖିଥିଲେ ଯେ ‘ମଜାକ ଛାଡ଼ନ୍ତୁ, ଆପଣ ସୁରକ୍ଷିତ ରୁହନ୍ତୁ ! ମୁଁ ଆପଣଙ୍କୁ ଭଲପାଏ।’। ଏଲନ୍‌ ମସ୍କ ଓ ମିଷ୍ଟର ବିଷ୍ଟ୍‌ଙ୍କର ଏହି ଟ୍ବିଟର୍‌ କ‌ଥୋପକଥନ ବେଶ୍‌ ଚର୍ଚ୍ଚା ପାଲଟିଛି। ଏଥିରୁ ମସ୍କ ଯେ କେତେ ମଜାକିଆ ସ୍ବଭାବର ତାହା ଅନୁମାନ ଲଗାଯାଇପାରେ।

ସମ୍ବନ୍ଧିତ ଖବର