ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପାଇଁ ପଥ ପରିଷ୍କାର, ପ୍ରସ୍ତାବକୁ ଟ୍ବିଟର ବୋର୍ଡର ସବୁଜ ସଂକେତ

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରର ଅଧିଗ୍ରହଣ ଲାଗି ଆମେରିକୀୟ ଶିଳ୍ପପତି ଏଲନ ମସ୍କ୍ ଦେଇଥିବା ୪୪ ବିଲିୟନ ଡଲାର ପ୍ରସ୍ତାବକୁ ଗ୍ରହଣ କରିଛି ଟ୍ବିଟରର ବୋର୍ଡ ଅଫ ଡାଇରେକ୍ଟର୍ସ । ଏହା ସହିତ ଟ୍ବିଟର ଅଧିଗ୍ରହଣ ନେଇ ଗତ କିଛି ଦିନ ହେଲା ଚାଲିଥିବା ଅନିଶ୍ଚିତତାର ଅବସାନ ହୋଇଛି ।

ଗତ ସପ୍ତାହରେ ଟ୍ବିଟରର କିଛି ବରିଷ୍ଠ ଅଧିକାରୀଙ୍କ ସହ ଭର୍ଚୁଆଲ ବୈଠକ କରିବା ପରେ ନିଜର ଅଧିଗ୍ରହଣ ଯୋଜନାକୁ କାର୍ଯ୍ୟକାରୀ କରିବା ସଂପର୍କରେ ଘୋଷଣା କରିଥିଲେ । ଏବେ ଟ୍ବିଟରର ସେୟାର ମୂଲ୍ୟ କମ ଥିଲେ ବି ସେ ଏହାକୁ ପୁରୁଣା ସେୟାର ମୂଲ୍ୟ ଦେଇ କିଣିବାକୁ ରାଜି ହୋଇଥିଲେ ।

ଏବେ ମସ୍କଙ୍କ ପାଖରେ ଏହି ସଂସ୍ଥାର ୯.୨ ପ୍ରତିଶତ ସେୟାର ରହିଥିବା ବେଳେ ସେ ହେଉଛନ୍ତି କଂପାନିର ଦ୍ବିତୀୟ ବଡ଼ ଅଂଶଧନକାରୀ । ଗତ ଏପ୍ରିଲ ମାସ ୧୪ ତାରିଖରେ ସେ ଟ୍ବିଟର ଅଧିଗ୍ରହଣ ପାଇଁ ପ୍ରଥମ ପ୍ରସ୍ତାବ ଦେଇଥିଲେ । ସେତେବେଳେ ସେୟାର ପିଛା ୫୪.୨ ଡଲାର ଥିବାବେଳେ ଏବେ ତାହା ୩୮.୯୮ ଡଲାରକୁ ହ୍ରାସ ପାଇଛି ।

ଟ୍ବିଟରକୁ କିଣିବା ଲାଗି ମସ୍କ ପ୍ରଥମେ ପ୍ରସ୍ତାବ ଦେବା ପରେ ତାହାକୁ ଟ୍ବିଟର୍‌ର ପରିଚାଳନା କର୍ତ୍ତୃପକ୍ଷ ବିରୋଧ କରିଥିଲେ। ଏହି ଅଧିଗ୍ରହଣକୁ ରେକିବାରୁ ଆବଶ୍ୟକ ହେଲେ ପଏଜନ ପିଲ ବ୍ୟହସ୍ଥା ଗ୍ରହଣ କରିବାକୁ ଟ୍ବିଟର ପରିଚାଳନା ଧମକ ଦେଇଥିଲା । ପରେ ଅଧିଗ୍ରହଣକୁ ନେଇ କମ୍ପାନି ରାଜି ହୋଇଥିଲା ।

 

 

ସମ୍ବନ୍ଧିତ ଖବର