ଲୋକପ୍ରିୟ ଜର୍ମାନୀ ବ୍ରାଣ୍ଡ୍‌ ‘କ୍ରିମ୍‌ ୨୧’କୁ ୧୦୦ କୋଟି ଟଙ୍କା ଦେଇ କିଣୁଛି ଇମାମି

ପଶ୍ଚିମବଙ୍ଗ: ଭାରତୀୟ ଏଫ୍‌ଏମ୍‌ସିଜି କମ୍ପାନି ‘ଇମାମି’ ଜର୍ମାନର ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କ୍ରିମ୍‌ ୨୧କୁ ୧୦୦ କୋଟି ଟଙ୍କା ଦେଇ କିଣିଛି। କମ୍ପାନିର ୮୦ ପ୍ରତିଶତ ଠାରୁ ଅଧିକ ବ୍ୟବସାୟ ମଧ୍ୟ-ପୂର୍ବ ଏବଂ ଉତ୍ତର ଆଫ୍ରିକା ସହ ହେଉଥିବା ବେଳେ ଅବଶିଷ୍ଟ କିଛି ଜର୍ମାନ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶର ହୋଇଥାଏ। ଏହି କ୍ରିମ୍‌ ୨୧ କମ୍ପାନି ନିଜର ଅଧିକାଂଶ ଉତ୍ପାଦ ବିଭିନ୍ନ କମ୍ପାନିମାନଙ୍କଠାରୁ ଆଉଟ୍‌ସୋର୍ସିଂ କରିଥାଏ।

କୋଲକାତାର ‘ଇମାମି’ କମ୍ପାନ ପକ୍ଷରୁ କୁହାଯାଇଛି କି ‘ସ୍କିନ୍‌ କେୟାର୍‌ ଓ ବଡି କେୟାର୍‌ ଉତ୍ପାଦ ବିକ୍ରି କରୁଥିବା ଏହି ଜର୍ମାନ କମ୍ପାନିର ଅଧିଗ୍ରହଣ ବ୍ୟବସାୟକୁ ସବଳ କରିବ। କାହିଁକି ନା, ଏହି ସାମଗ୍ରୀ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି। ଏହି ସାମଗ୍ରୀ କମ୍ପାନିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ପରିଚିତ କରାଇବ, ବିଶେଷ କରି ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ସାର୍କ ଏବଂ ରୁଷିଆ ବଜାରରେ। ଇମାମି ବିଗତ କିଛି ବର୍ଷ ଧରି ବିଭିନ୍ନ କମ୍ପାନି ଅଧିଗ୍ରହଣ ଜରିଆରେ ନିଜର ସଂପ୍ରସାରଣ ଜାରି ରଖିଛି।

ସମ୍ବନ୍ଧିତ ଖବର