ଭୁବନେଶ୍ବର: ଜରୁରୀ ନିଶ୍ଚିତ ଋଣ ଯୋଜନା (ଇସିଏଲ୍ଜିଏସ୍) ଅଧୀନରେ ରାଜ୍ୟରେ ଥିବା ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ପାଇଁ ୨୨୫୧.୪୧ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ୧୨୯୧.୦୩ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ରାଜ୍ୟ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ଏହା ହେଉଛି ୫୭.୩୫ ପ୍ରତିଶତ। ଆଗାମୀ ୧୦ ଦିନ ଭିତରେ ନିର୍ଧାରିତ ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ସ୍କିମ୍ର ସମୀକ୍ଷା କରାଯାଇଥିଲା। ଏହି ସ୍କିମ୍ର ଅଗ୍ରଗତିକୁ ପ୍ରତିଦିନ ସମୀକ୍ଷା କରାଯାଉଥିବା ବେଳେ ଏହାକୁ ନେଇ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ମଧ୍ୟ କୁହାଯାଇଛି। କୋଭିଡ୍-୧୯ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକୁ ଏହି ସ୍କିମ୍ ଅଧୀନରେ ଜରୁରିକାଳୀନ ଋଣ ପ୍ରଦାନ କରାଯାଉଛି।
ଏମ୍ଏସ୍ଏମ୍ଇଙ୍କୁ ୧୨୯୧ କୋଟିର ଜରୁରିକାଳୀନ ଋଣ
/sambad/media/post_attachments/wp-content/uploads/2020/04/MSMEs-8-7-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)