ନୂଆଦିଲ୍ଲୀ: ବ୍ୟାଙ୍କ ଶାଖାରେ ସ୍ଥାନୀୟ ଭାଷା ଜାଣିଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ବ୍ୟାଙ୍କଗୁଡ଼ିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭାରତୀୟ ବ୍ୟାଙ୍କ ସଂଘର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶାଖା ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ଆଞ୍ଚଳିକ ଭାଷା ଜାଣିନଥିଲେ ତାହା ବ୍ୟବସାୟ ପାଇଁ ଭଲ ନୁହେଁ। ବ୍ୟାଙ୍କର କାମ ହେଉଛି ବ୍ୟବସାୟ କରିବା। ନାଗରିକମାନଙ୍କ ଭିତରେ ମୂଲ୍ୟବୋଧର ଭାବ ଜାଗ୍ରତ କରିବା ସେମାନଙ୍କ କାମ ନୁହେଁ ବୋଲି ସେ କହିଛନ୍ତି। ଶାଖା ସ୍ତରରେ କାମ କରୁଥିବା ଯେଉଁ କର୍ମଚାରୀମାନେ ସ୍ଥାନୀୟ ଭାଷା ଜାଣିନାହାନ୍ତି ସେମାନଙ୍କୁ ଗ୍ରାହକମାନଙ୍କ ସହ କଥାବାର୍ତା କରିବା ଭଳି କାମରେ ନିୟୋଜିତ ନକରିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଭାଷା ଦୃଷ୍ଟିରୁ ମାନବ ସମ୍ବଳ ବ୍ୟବସ୍ଥାର ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp