ନୂଆଦିଲ୍ଲୀ: ଓଡ଼ିଶାରେ ନାଲ୍କୋ ପ୍ରକଳ୍ପ ଦ୍ବାରା ୬୩୫ ଜଣ ବିସ୍ଥାପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୩୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଲୋକସଭାରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ନାଲ୍କୋ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ୬୦୦ ଲୋକ ଜମିରୁ ବିସ୍ଥାପିତ ହୋଇଥିବା ବେଳେ ୫୯୯ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନାଲ୍କୋରେ ନିଯୁକ୍ତି ପ୍ରଦାନ କରାଯାଇଛି। ଗୋଟିଏ ମାମଲାରେ ପରିବାରରେ ବିବାଦ ଥିବାରୁ ମନୋନୀତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇପାରିନାହିଁ। ଅନୁଗୁଳରେ ୩୫ ଜମି ବିଜ୍ଞାପିତଙ୍କ ମଧ୍ୟରୁ ୩୪ ଜଣଙ୍କୁ ନାଲ୍କୋରେ ନିଯୁକ୍ତି ମିଳିଛି। ଗୋଟିଏ ମାମଲାରେ ବିସ୍ଥାପିତ ବ୍ୟକ୍ତି ନିଯୁକ୍ତି ବଦଳରେ ଏକକାଳୀନ ପ୍ରାପ୍ୟ ଗ୍ରହଣ କରିବା ବିକଳ୍ପ ଚୟନ କରିଥିଲେ। ଶ୍ରୀ ଯୋଶୀ ଜଣାଇଛନ୍ତି ଯେ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପ୍ରକଳ୍ପ ପାଇଁ ୧୬,୨୯୭ ବ୍ୟକ୍ତି ବିସ୍ଥାପିତ ହେବେ ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧,୮୩୭ ଜଣଙ୍କୁ ଥଇଥାନ ସୁବିଧା ଯୋଗାଇ ଦିଆଯାଉଛି। ସେହି ପରିବାରଗୁଡ଼ିକ ମଧ୍ୟରୁ ମାତ୍ର ୮,୨୪୮ ପରିବାର ନିଜ ଗ୍ରାମରୁ ଅନ୍ୟତ୍ର ଯାଇ ବସବାସ କରିଛନ୍ତି। ୩,୪୫୫ ପରିବାରକୁ ପୁନର୍ବାସ ଓ ଥଇଥାନ ସ୍ଥଳରେ ଜମି ପ୍ରଦାନ କରାଯାଇଛି। ଅନ୍ୟ ୮,୩୮୨ଟି ପରିବାରକୁ ଜମି ବଦଳରେ ଟଙ୍କା ଦିଆଯାଇଛି। ବଳକା ପରିବାରଗୁଡ଼ିକର ଥଇଥାନ ବ୍ୟବସ୍ଥା ଜାରି ରହିଛି। ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଏହି ସୁବିଧା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି।
ନାଲ୍କୋରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି: ଏମ୍ସିଏଲ୍ ପ୍ରକଳ୍ପ ପାଇଁ ୧୬,୨୯୭ ଲୋକ ବିସ୍ଥାପିତ
/sambad/media/post_attachments/wp-content/uploads/2022/04/nalco.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)