ଜେଟ୍‌କୁ କିଣିବେ ଏହାର କର୍ମଚାରୀ

ନୂଆଦିଲ୍ଲୀ: ବନ୍ଦ ହୋଇଯାଇଥିବା ଘରୋଇ ବିମାନ କଂପାନି ଜେଟ୍‌ ଏୟାରୱେଜ୍‌କୁ ଏହାର କର୍ମଚାରୀମାନେ କିଣିବାକୁ ଆଗେଇ ଆସିଛନ୍ତି। କର୍ମଚାରୀମାନଙ୍କ ସହିତ ହାତ ମିଳାଇଛି ଆଦି ଗ୍ରୁପ୍‌ ନାମକ ଏକ ସଂସ୍ଥା। ଉଭୟ ପକ୍ଷ ମିଳିତ ଭାବେ ଜେଟ୍‌ର ୭୫% ଅଂଶଧନ କିଣିବାକୁ ଆବେଦନ କରିବେ। ଏବେ ଜେଟ୍ ଏନ୍‌ସିଏଲ୍‌ଟିରେ ରହିଛି। ଏହାକୁ ଦେବାଳିଆ ଘୋଷଣା କରିବା ପାଇଁ ବିଚାର ପ୍ରକ୍ରିୟା ଚାଲିଛି। ଜେଟ୍‌ ଉପରେ ୮୫୦୦ କୋଟି ଟଙ୍କାର ଋଣ ଓ ଅନ୍ୟାନ୍ୟ ଦେୟ ବାବଦରେ ୨୫ ହଜାର କୋଟି ଟଙ୍କା ବକେୟା ରହିଛି।

ସମ୍ବନ୍ଧିତ ଖବର