ପାନ୍‌-ଆଧାର ଲିଙ୍କ୍‌ କରିବାକୁ ନିବେଶକଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ସୁଦ୍ଧା ପାନ୍‌ ସହ ଆଧାର ନମ୍ବର ଲିଙ୍କ୍‌ କରିବାକୁ ନିବେଶକମାନଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆହ୍ବାନ ଦେଇଛି। ଏହି କାର୍ଯ୍ୟ ନିର୍ଧାରିତ ସମୟ ଭିତରେ ଶେଷ ନକଲେ ପାନ୍ ନିସ୍କ୍ରିୟ ହୋଇଯିବ। ଏହା ହେଲେ ନିବେଶକମାନେ ସିକ୍ୟୁରିଟି ବଜାରରେ କାରବାର କରିପାରିବେ ନାହିଁ ବୋଲି ସେବି ସ୍ପଷ୍ଟ କରିଛି। ସିକ୍ୟୁରିଟି ବଜାରରେ ସବୁ ପ୍ରକାର କାରବାର ଲାଗି ପାନ୍ ଦରକାର ହେଉଛି। ସେଥିପାଇଁ ନିବେଶକମାନେ ଯେଭଳି ନିଜ ପାନ୍ ସହ ଆଧାର ଲିଙ୍କ୍‌ କାର୍ଯ୍ୟ ଶେଷ କରିବେ ତାହା ନିଶ୍ଚିତ କରିବା ଲାଗି ବଜାରରେ ମଧ୍ୟସ୍ଥତା କରୁଥିବା ସଂସ୍ଥାଗୁଡ଼ିକୁ ମଧ୍ୟ କୁହାଯାଇଛି।

ସେପ୍ଟେମ୍ବର ୩୦ ପରେ ଯେଉଁ ନୂଆ ଖାତା ଖୋଲାଯିବ ସେଥିପାଇଁ କେବଳ ସକ୍ରିୟ ଥିବା ପାନ୍ ନମ୍ବର ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି। ପାନ୍ ସହ ଆଧାର ଲିଙ୍କ୍‌ କରିବାର ସମୟ ସୀମା ଅନେକ ଥର ବଢ଼ିଛି। ବର୍ତ୍ତମାନ ଏହାର ଶେଷ ତାରିଖ ସେପ୍ଟେମ୍ବର ୩୦ ଧାର୍ଯ୍ୟ କରାଯାଇଛି। ସେଥିରେ ପୁଣି ବୃଦ୍ଧି ହେବ ନାହିଁ ତାହା ମାସ ଶେଷ ଆଡ଼କୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର