ଶକ୍ତି ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା, ଗ୍ରାମ୍ୟ ବିଦ୍ୟୁତ୍‌କରଣ ଉପରେ ଗୁରୁତ୍ବ

ଭୁବନେଶ୍ବର: ଆଜି ଗ୍ରିଡ୍‌କୋ ସମ୍ମିଳନୀ କକ୍ଷରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଶକ୍ତି ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଛନ୍ତି। ୫-ଟି ଓ ମୋ ସରକାର ପ୍ରୟାସରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଭିତ୍ତିଭୂମିର ବିକାଶ ଓ ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାଗୁଡ଼ିକୁ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ମନ୍ତ୍ରୀ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟର ଦୂରଦୂରାନ୍ତ ଓ ଉପାନ୍ତ ଅଞ୍ଚଳରେ ଥିବା ପ୍ରତି ଲୋକଙ୍କ ପାଖରେ ଗୁଣାତ୍ମକ ବିଦ୍ୟୁତ ପହଞ୍ଚାଇବା ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀମାନଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି।

ବୈଠକ ଆରମ୍ଭରେ ବିଦ୍ୟୁତ ବିଭାଗର ପ୍ରମୁଖ ସଚିବ ତଥା ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ଓ ଭବିଷ୍ୟତ ରୂପରେଖ ବିଷୟରେ ଅବଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ର ଏମ୍‌ଡି, ଚାରି ବଣ୍ଟନ କଂପାନିର ସିଇଓ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର