ନୂଆଦିଲ୍ଲୀ : ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ ପାଇଁ ଶକ୍ତି ମନ୍ତ୍ରଣାଳୟ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର ବିଦ୍ୟୁତ୍ କ୍ରୟ ପାଇଁ ଯୋଜନା ଆରମ୍ଭ କରିଛି। ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ (ପିଏଫ୍‌ସି ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ମାଲିକାନା ରହିଥିବା ସହାୟକ କମ୍ପାନି) ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ ହୋଇଛି। ଏହି ଯୋଜନା ଅଧୀନରେ, ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ ୪୫୦୦ ମେଗାୱାଟ ଯୋଗାଣ ପାଇଁ ବିଡ୍ ଆମନ୍ତ୍ରଣ କରିଛି । ଏପ୍ରିଲ୍ ୨୦୨୩ ରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବ।