ଅହମ୍ମଦାବାଦ: ହିଣ୍ଡେନ୍ବର୍ଗ ଅଭିଯୋଗ ପରେ ବିପୁଳ ସମ୍ପତ୍ତି ହରାଇ ଅଡ଼ୁଆରେ ପଡ଼ିଥିବା ଶିଳ୍ପପତି ଗୌତମ ଆଦାନିଙ୍କ ଘରକୁ ଖୁସି ଫେରିଛି। ଗତ ରବିବାର ତାଙ୍କ ସାନ ପୁଅ ଜିତ୍ ଆଦାନିଙ୍କ ଦିବା ଜୈମିନ୍ ଶାହଙ୍କ ସହ ନିର୍ବନ୍ଧ ହୋଇଛି। ଅତି ସାଧାରଣ ଭାବେ ଏହି କାର୍ଯ୍ୟ ଶେଷ ହୋଇଥିଲା। କେବଳ କିଛି ନିକଟ ସମ୍ପର୍କୀୟ ଓ ପରିବାରବର୍ଗଙ୍କ ଗହଣରେ ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛି। ଦିବା ହେଉଛନ୍ତି ହୀରା ବ୍ୟବସାୟୀ ଜୈମିନ୍ ଶାହଙ୍କ ଝିଅ। ଏହି ଅବସରରେ ଉଭୟ ଜିତ୍ ଓ ଦିବା ପାରମ୍ପରିକ ପୋଷାକ ପିନ୍ଧିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp