ନିଆଁ ଲାଗିବାରୁ ବିମାନବନ୍ଦରରେ ବନ୍ଦ ହୋଇଗଲା ଏୟାର୍‌ ଇଣ୍ଡିଆର ବୋଇଂ ୭୭୭ ବିମାନର ଇଞ୍ଜିନ୍‌

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଏକ ବିମାନରେ ଦିଲ୍ଳୀ ବିମାନ ବନ୍ଦରରେ ନିଆଁ ଲାଗିଯାଇଛି। ଫାଙ୍କା ବିମାନ ବୋଇଂ ୭୭୭ ବିମାନଟିରେ ବୁଧବାର  ନିଆଁ ଲାଗିବା ବେଳେ ପ୍ରଥମେ ବିମାନ କର୍ମଚାର ଦେଖିବାକୁ ପାଇଥିଲେ। ପଥମେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଯେ ବିମାନର ଇଞ୍ଜିନ୍‌ ଭିତରକୁ କଳା ରଂଗର ଧୂଆଁ ବାହାରୁ ଥିବାର। ବିମାନବନ୍ଦରରେ ଥିବା  ନିଆଁ ଲିଭାଳି ଦଳ ନିଆଁକୁ ଆୟତ୍ତ କରିଛନ୍ତି।

ଦିଲ୍ଲୀ ବିମାନବନ୍ଦରରେ ବୁଧବାର ସେଠାରେ ଥିବା ଇଞ୍ଜିନିୟର ରୁଟିନ୍‌ ଟେକ୍‌ନିକାଲ୍‌ ପରୀକ୍ଷା କରୁଥିବା ବେଳେ ବିମାନ ମଧ୍ୟରେ ଅକଜୁଲାରି ପାଓ୍ଵାର ୟୁନିଟ୍‌(ଏପିୟୁ) ଆପେ ଆପେ ବନ୍ଦ ହୋଇ ଯାଇଥିଲା। ଏପିୟୁ ହେଉଛି ଏମିତି କ୍ଷୁଦ୍ର ଡିଭାଇସ୍‌ ଯାହାକି ପୂରା ବିମାନକୁ ଶକ୍ତି ପ୍ରଦାନ କରିଥାଏ। ଯାହାକି ବିମାନର ମୁଖ୍ୟ ଇଞ୍ଜିନ୍‌କୁ ଷ୍ଟାର୍ଟ କରାଇବାରେ ସାହାୟ ହୋଇଥାଏ।

କିଛି ସମୟ ମଧ୍ୟରେ ବିମାନ କର୍ମଚାରୀ ଦେଖିବାକୁ ପାଇଥିଲେ ଯେ ଏପିୟୁ ମଧ୍ୟରୁ କଳା ରଂଗର ଧୂଆଁ ବାହାରିବାକୁ ଲାଗିଲା। ତେବେ, ଇଞ୍ଜିନ୍‌ରୁ ତେଲ୍‌ ଲିକ୍‌ ହୋଇଥିବା ହେତୁ ଏପରି ହୋଇଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର