ନୂଆଦିଲ୍ଲୀ: ଓୟୋ ଓ ଗୋ-ଏମ୍ଏମ୍ଟି ବିରୋଧରେ ଭାରତୀୟ ହୋଟେଲ୍ ଓ ରେସ୍ତୋରାଁ ସଂଘର ମହାସଂଘ (ଏଫ୍ଏଚ୍ଆର୍ଏଆଇ) ତରଫରୁ ଦାଖଲ କରାଯାଇଥିବା ଅଭିଯୋଗର ଅନୁଧ୍ୟାନ କରିଛି ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)। ଅଭିଯୋଗରେ ମାମଲା ଦାୟର କରିହେବା ଭଳି ତଥ୍ୟ ରହିଛି ବୋଲି ସିସିଆଇ କହିଛି। ତେଣୁ ଓୟୋ ଏବଂ ଗୋ-ଏମ୍ଏମ୍ଟି ବିରୋଧରେ ତଦନ୍ତ କରିବାକୁ ଡିଜିଙ୍କୁ ସିସିଆଇ ତରଫରୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧୫୦ ଦିନ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କମିସନ ନିର୍ଦେଶ ଦେଇଛନ୍ତି। ହୋଟେଲ୍ ଓ ରେସ୍ତୋରାଁ ମହାସଂଘ ଏଫ୍ଏଚ୍ଆର୍ଏଆଇ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଓୟୋ ଏବଂ ଗୋ-ଏମ୍ଏମ୍ଟି ନିଜର ଆଧିପତ୍ୟକୁ ବ୍ୟବହାର କରି ପ୍ରତିଯୋଗିତା ନିୟମ ୨୦୦୨ର ଧାରା ୩ ଓ ୪ର ଉଲ୍ଲଂଘନ କରୁଛନ୍ତି। ସେମାନେ ମାତ୍ରାଧିକ ରିହାତି ଏବଂ ବିପୁଳ ପରିମାଣର କମିସନ ଦେଉଛନ୍ତି। ଫଳରେ ବଜାରରେ ରହିଥିବା ପ୍ରତିଦ୍ବନ୍ଦ୍ବିତା ଶେଷ ହୋଇଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp