୧୩ରୁ ଏଣ୍ଟରପ୍ରାଇଜେସ୍‌ ଓଡ଼ିଶା ୨୦୧୭

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଚାରି ଦିନିଆ ପ୍ରଦର୍ଶନୀ ‘ଏଣ୍ଟରପ୍ରାଇଜେସ୍‌ ଓଡ଼ିଶା-୨୦୧୭’ ଚଳିତ ମାସ ୧୩ରୁ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏହାର ଉଦଯାପନ ସମାରୋହରେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମ୍ମିଳନୀରେ ରାଜ୍ୟରେ ଥିବା ପ୍ରମୁଖ ଶିଳ୍ପ ସଂସ୍ଥା, ଆର୍ଥିକ ଅନୁଷ୍ଠାନ ଏବଂ ସରକାରୀ ବିଭାଗ ନିଜର ଷ୍ଟଲ୍‌ ସ୍ଥାପନ କରିବେ। ଏ ସମ୍ପର୍କରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ଏଣ୍ଟରପ୍ରାଇଜେସ୍‌ ଓଡ଼ିଶା କଂପାନିଗୁଡ଼ିକୁ ସେମାନଙ୍କ ନୂତନ ପ୍ରଯୁକ୍ତି ଏବଂ ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଅବସରରେ ୟଙ୍ଗ ଇଣ୍ଡିଆନ୍ସ ଦ୍ୱାରା ଓ୍ଵାଇଆଇ ଇନୋଭେକ୍ସ ମଧ୍ୟ ଆୟୋଜନ କରାଯିବ ବୋଲି ଓ୍ଵାଇଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ମାତୃଦତ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର