ମୁମ୍ବାଇ: ନିତିଦିନିଆ ଯାତାୟାତ ଲାଗି ବ୍ୟବହାର କରାଯାଉଥିବା ସାଧାରଣ ଦୁଇ ଚକିଆ ଗାଡ଼ି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବା ଏକ ଭୁଲ ଥିଲା ବୋଲି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା କହିଛନ୍ତି। ୨୦୦୮ରେ ତାଙ୍କ କଂପାନି କାଇନେଟିକ୍ ମୋଟର୍ସକୁ କିଣି ବାଇକ୍ ଓ ସ୍କୁଟର କାରବାର ଆରମ୍ଭ କରିଥିଲା। ଫ୍ରିଡମ୍ ବାଇକ୍କୁ କଂପାନି ‘ମୋଜୋ’ ନାମରେ ପୁଣି ଥରେ ବଜାରକୁ ଆଣିଥିଲା। କିନ୍ତୁ ତାହା ଏତେଟା ସଫଳତା ହାସଲ କରିନଥିଲା। ଭର୍ଜିନ୍ ଆଣ୍ଟଲାଣ୍ଟିକ୍ ତରଫରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଶ୍ରୀ ମହିନ୍ଦ୍ରା କହିଛନ୍ତି ଯେ, ସୁଭଲ ବାଇକ୍ ବଜାରରେ ପ୍ରବେଶ କରିବା ପୂର୍ବରୁ ଆମ ପାଖରେ ବଜାରକୁ ବୁଝିବା, ବିତରଣ, ଆର୍ଆଣ୍ଡ୍ଡି ଓ ଉତ୍ପାଦକୁ କିଭଳି ଭାବେ ଉପସ୍ଥାପନ କରାଯିବ ସବୁ କିଛି ଜଣାଥିଲା। ମାତ୍ର କିଭଳି ବିଜୟ ହାସଲ କରିହେବ ସେହି ଠାରେ ଆମର ଭୁଲ ହୋଇଯାଇଥିଲା। ଆମକୁ ସୁଲଭ ମୂଲ୍ୟର ବାଇକ୍ କ୍ଷେତ୍ରକୁ ଯିବାର ନଥିଲା ବୋଲି ସେ କହିଛନ୍ତି। ସୁଲଭ ବାଇକ୍ କାରବାର ବିଫଳତାରୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ନଜରରେ ରଖି କଂପାନି ତରଫରୁ ବର୍ଷକ ତଳେ ପ୍ରିମିୟମ୍ ବାଇକ୍ ‘ଜାୱା’ର ବିକ୍ରି ଆରମ୍ଭ କରାଯାଇଥିଲା। ସେହି କାରବାର ବେଶ୍ ସଫଳ ହୋଇଥିବା ସେ ଦାବି କରିଛନ୍ତି। ଜାୱା ବାଇକ୍ ପାଇବା ଲାଗି ଗ୍ରାହକଙ୍କୁ ପାଞ୍ଚ ମାସ ଭଳି ସମୟ ଅପେକ୍ଷା କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଖୁବ୍ଶୀଘ୍ର କଂପାନି ବିଏସ୍ଏ ବାଇକ୍ ବଜାରକୁ ଆଣିବ। ନିକଟରେ ମହିନ୍ଦ୍ରା ଏହି କଂପାନିକୁ ଅଧିଗ୍ରହଣ କରିଥିଲା। ଅର୍ଥନୈତିକ ଅଭିବୃଦ୍ଧି ୪.୫% ଭଳି ସ୍ତରକୁ ଖସିଯାଇଥିବା ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ଆମକୁ ନିଜ ଉପରେ ବିଶ୍ବାସ ରଖିବାକୁ ହେବ। ବିଫଳତାକୁ ସହଜ କରିବା ସହଜ ନୁହେଁ। କିନ୍ତୁ ନିଜ ଅନ୍ତର ଭିତରେ ଆମକୁ ଉତ୍ତର ଖୋଜିବାକୁ ପଡ଼ିବ। ଭୟ ସାମ୍ନାରେ ବିଜୟ ରହିଛି ବୋଲି ସେ କହିଛନ୍ତି।
ଦୁଇ ଚକିଆ ଗାଡ଼ି କାରବାର ଏକ ଭୁଲ ଥିଲା: ମହିନ୍ଦ୍ରା
/sambad/media/post_attachments/wp-content/uploads/2019/12/Anand20Mahindra-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)