ଇପାରୀ ସଦାଶିବ ଗ୍ରାହକ ଜିତିଲେ ହୀରା କାନଫୁଲ, ଲକେଟ୍

ଭୁବନେଶ୍ବର: ଇପାରୀ ସଦାଶିବ ଜୁଏଲର୍ସ ଭୁବନେଶ୍ବର ଶାଖା ପକ୍ଷରୁ ଗତକାଲି ଲକି କୁପନ ଉଠାଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗ୍ରାମ ବିଶ୍ବାଳ ପ୍ରଥମ ବିଜେତାଭାବେ ଏକ ହୀରା କାନଫୁଲ ଜିତିଥିବାବେଳେ ଓବେଦ କୁମାର ମିଶ୍ର ଦ୍ବିତୀୟ ବିଜେତାଭାବେ ଏକ ହୀରା ‌ଲକେଟ ଜିତିଛନ୍ତି। ଇପାରୀ ସଦାଶିବ ଜୁଏଲର୍ସର ଭୁବନେଶ୍ବର ଶାଖାରେ ଆୟୋଜିତ ଏକ ସମାରୋହରେ ଏହାର ପରିଚାଳନା ନିର୍ଦେଶକ ଇପାରୀ ଶ୍ରୀଧରଙ୍କ ଦ୍ବାରା ଏହି ଲକି ଡ୍ର କରାଯାଇ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ୨୦୧୮ ଅକ୍ଟୋବର ୧୪ରୁ ୨୦୧୯ ଜାନୁଆରି ୩୧ ମଧ୍ୟରେ ଗହଣା କିଣିଥିବା ଗ୍ରାହକଙ୍କୁ ଲକି କୁପନ ଜରିଆରେ ଏଥିରେ ଅଂଶଗ୍ରହଣ ସୁଯୋଗ ମିଳିଥିଲା। ଏହି ଉତ୍ସବରେ ବହୁ ଗ୍ରାହକଙ୍କ ସମେତ ଇପାରୀ ସଦାଶିବ ଜୁଏଲର୍ସର ସୁବାସ ଚନ୍ଦ୍ର ଦାସ, ସୁନୀତା ପଟ୍ଟନାୟକ, ପବିତ୍ର ରାଉତ ଓ ଭୁବନେଶ୍ବର ଶାଖାର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର