୭.୪ ଲକ୍ଷ କର୍ମଚାରୀ ଇପିଏଫ୍‌ରୁ ଉଠାଇଲେଣି ୨୩୬୮ କୋଟି

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ୍ ପାଇଁ କର୍ମଚାରୀମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କର୍ମଚାରୀମାନଙ୍କୁ ସେମାନଙ୍କ ଇପିଏଫ ଖାତାରୁ ଟଙ୍କା ଉଠାଇବା ସୁଯୋଗ ପ୍ରଦାନ କରାଯାଇଛି। ମାସକ ମଧ୍ୟରେ ପ୍ରାୟ ୭.୪ ଲକ୍ଷ କର୍ମଚାରୀ ଏହି ସ୍ବତନ୍ତ୍ର ସୁବିଧାର ଉପଯୋଗ କରିଛନ୍ତି। ସେମାନେ ପାଖାପାଖି ୨୩୬୮ କୋଟି ଟଙ୍କା ଗତ ମାସକ ମଧ୍ୟରେ ଉଠାଇଛନ୍ତି। କୋଭିଡ ୧୯ ଲକଡାଉନ୍ ଅଧୀନରେ କର୍ମଚାରୀମାନଙ୍କୁ ଯେଉଁ ସୁବିଧା ପ୍ରଦାନ କରାଯାଇଥିଲା ତାହା ମାଧ୍ୟମରେ କର୍ମଚାରୀମାନେ ଏହି ଟଙ୍କା ଉଠାଇଛନ୍ତି। ଏହି ସ୍ବତନ୍ତ୍ର ସୁବିଧା ମାଧ୍ୟମରେ କର୍ମଚାରୀମାନେ ଇପିଏଫ ପାଣ୍ଠିରୁ ସେମାନଙ୍କ ୩ ମାସ ଦରମା ସହ ସମାନ ରାଶି କିମ୍ବା ଆକାଉଣ୍ଟଧାରୀଙ୍କ ଖାତାରେ ଥିବା ରାଶି ମଧ୍ୟରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଉଠାଇବା ସୁଯୋଗ ଦିଆଯାଇଛି।

ସମ୍ବନ୍ଧିତ ଖବର