ଇପିଏଫ୍‌ ସୁଧ ହାର ବଦଳି ନପାରେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ପ୍ରାୟ ୫ କୋଟି ସଦସ୍ୟଙ୍କ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ସୁଧ ହାର ୮.୬୫ ପ୍ରତିଶତରେ ଅପରିବର୍ତିତ ରଖିପାରେ। ଇପିଏଫ୍‌ଓର ଟ୍ରଷ୍ଟି ବୈଠକ ଆସନ୍ତା ୨୧ ତାରିଖରେ। ଏହି ଦିନ ସୁଧ ହାର ପରିବର୍ତନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ନିକଟକରେ ଇପିଏଫ୍‌ଓ ୨୮୮୬ କୋଟି ଟଙ୍କା ଇଟିଏଫ୍‌ ଫଣ୍ଡ ବିକ୍ରି କରି ପାଇଥିବାରୁ ସୁଧ ହାରରେ କୌଣସି ହ୍ରାସ କରି ନପାରେ ବୋଲି କୁହାଯାଉଛି। ୨୦୧୫-୧୬ରେ ଇପିଏଫ୍‌ ସୁଧହ oାର ୮.୮ ପ୍ରତିଶତ ଥିବାବେଳେ ୨୦୧୬-୧୭ରେ ଏହାକୁ ୮.୬୫ ପ୍ରତିଶତକୁ ଖସାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର