ଇପିଏଫ୍‌ ସୁଧ ୮.୫୫%କୁ ଖସିଲା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ସୁଧ ହାରକୁ ହ୍ରାସ କରାଯାଇଛି। ୨୦୧୭-୧୮ରେ ଇପିଏଫ୍‌ଓ ସଦସ୍ୟମାନେ ୮.୫୫% ସୁଧ ପାଇବେ। ପୂର୍ବବର୍ଷ ଏହି ସୁଧ ପରିମାଣ ୮.୬୫% ଥିଲା। ଏହା ଦ୍ୱାରା ସଂଗଠନର ୬ କୋଟି ପାଖାପାଖି ସଦସ୍ୟ ପ୍ରଭାବିତ ହେବେ। ବିଗତ ପାଞ୍ଚ ବର୍ଷ ଭିତରେ ଇପିଏଫ୍‌ ଉପରେ ପ୍ରଦାନ କରାଯାଇଥିବା ସୁଧ ହାର ମଧ୍ୟରେ ୮.୫୫% ସୁଧ ସବୁଠୁ କମ୍‌। ୨୦୧୫-୧୬ରେ ସୁଧ ହାର ୮.୮% ଥିଲା।

ସମ୍ବନ୍ଧିତ ଖବର