ଦେୟ ଦାଖଲ ଲାଗି ନିଯୁକ୍ତିଦାତାଙ୍କୁ ମାସେ ଅଧିକ ସମୟ ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ/ଭୁବନେଶ୍ବର : କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ନିଯୁକ୍ତିଦାତାମାନଙ୍କୁ କର୍ମଚାରୀଙ୍କ ଇପିଏଫଓ ବାବଦ ଦେୟ, ପ୍ରଶାସନିକ ଖର୍ଚ୍ଚ/ନିରୀକ୍ଷଣ ଶୁଳ୍କ ଜମା କରିବା ଲାଗି ୧ ମାସର ଗ୍ରେସ୍ ଅବଧି (ଏପ୍ରିଲ ୧୬ ତାରିଖରୁ ମେ ମାସ ୧୫ ତାରିଖ) ପ୍ରଦାନ କରାଯାଇଛି। ମାର୍ଚ୍ଚ ମାସର ଏସବୁ ଦେୟକୁତିଦାତାମାନେ ମେ ମାସ ୧୫ ତାରିଖ ସୁଦ୍ଧା ଦାଖଲ କରିପାରିବେ। ଯେଉଁ ନିଯୁକ୍ତିଦାତାମାନେ ଏହି ସୁବିଧା ନେବାକୁ ଆଗ୍ରହୀ ସେମାନେ ମାର୍ଚ୍ଚ ମାସର ଦରମା ବାବଦ ଇଲେକ୍‌ଟ୍ରୋନିକ୍ ଚାଲାଣ କମ୍ ରିଟର୍ଣ୍ଣ (ଇସିଆର୍‌)କୁ ମେ ମାସ ୧୫ ତାରିଖ ସୁଦ୍ଧା କିମ୍ବା ତା ପୂର୍ବରୁ ଦାଖଲ କରିବେ। କର୍ମଚାରୀମାନଙ୍କୁ ଦରମା ପ୍ରଦାନର ତାରିଖ ଇସିଆର୍‌ର ‘ସାଲାରି ଡିସବର୍ସାଲ ଡେଟ୍’ ସ୍ତମ୍ଭରେ ଉଲ୍ଲେଖ କରିବେ। କେନ୍ଦ୍ରୀୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କମିସନରଙ୍କ ମଞ୍ଜୁରି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅତିରିକ୍ତ ସିପିଏଫ୍‌ସି (କମ୍ପ୍ଲିଆନ୍ସ) ପଙ୍କଜ ରମଣ ପ୍ରକାଶ କରିଛନ୍ତି। ଏହି ମର୍ମରେ ସେ ବିଭିନ୍ନ ଜୋନ୍‌ର ଅତିରିକ୍ତ ସିପିଏଫସି, ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ଏବଂ ଜିଲ୍ଲା କାର୍ଯ୍ୟାଳୟର ଦାୟିତ୍ବରେ ଥିବା ଇପିଏଫଓ ଅଧିକାରୀମାନଙ୍କୁ ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର