ଏବେ  ସହଜରେ କରିହେବ ଇପିଏଫ୍ ଫଣ୍ଡ ଟ୍ରାନ୍ସଫର, ଖାତାଧାରୀଙ୍କୁ ମିଳିଲା ଏହି ସୁବିଧା

ନୂଆଦିଲ୍ଲୀ :  କର୍ମଚାରୀ ଭବିଷ୍ୟନିଧି ବା ଇପିଏଫ ଖାତାଧାରୀଙ୍କ ଏକ ବଡ଼ ସମସ୍ୟାକୁ ଦୂର କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ । ଏଣିକି ଖାତାଧାରୀମାନେ ନିଜର  ପୁରୁଣା ଚାକିରି ଛାଡ଼ିବା ତାରିଖ ଓ ନୂଆ ସଂସ୍ଥାରେ ଯୋଗଦେବା ତାରିଖକୁ ନିଜେ ଅନଲାଇନରେ ଅପଡେଟ୍ କରିପାରିବେ ।

ପୂର୍ବରୁ କୌଣସି ଇପିଏଫ ଖାତାଧାରୀ ନିଜର ନିଯୁକ୍ତିଦାତା କମ୍ପାନି ବଦଳାଇଲେ ସମସ୍ୟାରେ ପଡ଼ୁଥିଲେ । କାରଣ ପୁରୁଣା କମ୍ପାନି ଉକ୍ତ କର୍ମଚାରୀଙ୍କ ଚାକିରି ଛାଡ଼ିବା ତାରିଖକୁ ଇପିଏଫଓ ସିଷ୍ଟମରେ ଅପଡେଟ୍ କରିବା ଭୁଲିଯାଆନ୍ତି ବା ବିଳମ୍ବ କରନ୍ତି । ସେହିପରି ନୂଆ କମ୍ପାନି ବି ଯୋଗଦେବା ତାରିଖକୁ ଠିକ ସମୟରେ ଅପଡେଟ୍ କରନ୍ତି ନାହିଁ । ଏହା ଫଳରେ ପିଏଫ୍ ବାଲାନ୍ସ ଟ୍ରାନ୍ସଫର କରିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଥାଏ ।

ପୂର୍ବରୁ କେବଳ ନିଯୁକ୍ତିଦାତା କମ୍ପାନିମାନେ କର୍ମଚାରୀମାନଙ୍କ ଚାକିରି ଛାଡିବା ତାରିଖ ବା ଯୋଗଦେବା ତାରିଖ ଇପିଏଫଓ ସିଷ୍ଟମରେ ଅପଡେଟ୍ କରିବାର କ୍ଷମତା ରଖିଥିଲେ । କିନ୍ତୁ ଏବେ ଇପିଏଫଓ ପକ୍ଷରୁ ଖାତାଧାରୀମାନଙ୍କୁ ଏହି ସୁଯୋଗ ଦିଆଯାଇଛି । ସେମାନେ https://unifiedportal-mem.epfindia.gov.in/memberinterface/ ପୋର୍ଟାଲକୁ ଯାଇ ନିଜର ସୂଚନା ଅପଡେଟ୍ କରିପାରିବେ ।

 

ସମ୍ବନ୍ଧିତ ଖବର