ଇପିଏଫ୍‌ ଜମାରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ପ୍ରାୟ ୬ କୋଟି ସଦସ୍ୟଙ୍କୁ ସେମାନଙ୍କ ଜମା ଉପରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫ ପ୍ରତିଶତ ସୁଧ ମିଳିବ। ପୂର୍ବରୁ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡରେ ଏହି ସୁଧ ପ୍ରଦାନ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ଅର୍ଥ ମନ୍ତ୍ରାଳୟ ମଞ୍ଜୁରି ପ୍ରଦାନ କରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସଦସ୍ୟମାନଙ୍କୁ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା। କିନ୍ତୁ ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହାକୁ ୮.୬୫ ପ୍ରତିଶତକୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ୨୦୧୫-୧୬ରେ ସଦସ୍ୟମାନଙ୍କୁ ୮.୮ ପ୍ରତିଶତ ସୁଧ ଦିଆଯାଇଥିବାବେଳେ ୨୦୧୬-୧୭‌ରେ ଏହା ୮.୬୫ ପ୍ରତିଶତକୁ ଏବଂ ୨୦୧୭-୧୮ରେ ୮.୫୫ ପ୍ରତିଶତକୁ କମାଇ ଦିଆଯାଇଥିଲା। ଅର୍ଥ ମନ୍ତ୍ରାଳୟର ସମ୍ମତି ପରେ ଆୟକର ବିଭାଗ ଏବଂ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସୁଧ ହାର ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବ। ଏହାପରେ ଇପିଏଫଓ ପକ୍ଷରୁ ଏହାର ୧୨୦ଟି ‌କାର୍ଯ୍ୟାଳୟକୁ ସୁଧ ହାର ସଦସ୍ୟଙ୍କ ଖାତାରେ ଜମା କରିବା ପାଇଁ ନିର୍ଦେଶ ଦେବ।

ସମ୍ବନ୍ଧିତ ଖବର