ଏଣିକି ଇପିଏଫଧାରୀମାନେ ନିଜ ସଂଚୟର ଆଂଶିକ ଉଠାଣ କରିପାରିବେ

ନୂଆଦିଲ୍ଲୀ : ଏଣିକି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଉପଭୋକ୍ତାମାନେ ନିଜ ସଂଚୟର କିଛି ଅଂଶ ନିଜର ସନ୍ତାନଙ୍କ ଶିକ୍ଷା, ଚିକିତ୍ସା ବା ବିବାହରେ ଖର୍ଚ୍ଚ କରିପାରିବେ । ଏଥିପାଇଁ ଇପିଏଫଓ ନିଜର ନିୟମ କାନୁନରେ କିଛିଟା ପରିବର୍ତ୍ତନ କରିଛି । ଏସବୁ ସଂଶୋଧିତ ନିୟମ ଅନୁସାରେ ଇପିଏଫଧାରୀମାନେ  ନିଜ  ସଂଚୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇପାରିବେ । ତେବେ ଏହି ସୁବିଧା  ଅବସରନେବା ପୂର୍ବରୁ ବା ତାଙ୍କୁ ୫୪ ବର୍ଷ ବୟସ ଟପିଯାଇଥିଲେ, ଅବସର ନେବାର ବର୍ଷକ  ମଧ୍ୟରେ ଉଠାଇହେବ । ଆଉ ଏକ ନିୟମ ଅନୁସାରେ ଇପିଏଫ ଜମାର ୫୦ ପ୍ରତିଶତ ବିବାହ ପାଇଁ ଉଠାଇ ହେବ । ତେବେ ଏଥିପାଇଁ ସଂପୃକ୍ତ ଇପିଏଫଧାରୀ ଅତିକମରେ ୭ ବର୍ଷ ଇପିଏଫଓ ସବସ୍କ୍ରାଇବର ଥିବେ ।

ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ। ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ। ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍ କରିପାରିବେ।

ସମ୍ବନ୍ଧିତ ଖବର