ଅନୀଲ ଅମ୍ବାନିଙ୍କୁ ଦେଶ ଛାଡ଼ିବାକୁ ଅନୁମତି ନ ଦେବାକୁ ସୁପ୍ରିମ୍‌ କୋର୍ଟରେ ଆବେଦନ କଲା ଏରିକ୍‌ସନ୍‌

ନୂଆଦିଲ୍ଲୀ: ୫୫୦ କୋଟି ଟଙ୍କା ବାକି ପକାଇ ଥିବାରୁ ଅନୀଲ ଅମ୍ବାନୀ ଏବଂ ତାଙ୍କ ଗ୍ରୁପ୍‌ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦେଶ ଛାଡ଼ି ଯିବାକୁ ଅନୁମତି ନ ଦେବାକୁ ସ୍ୱିଡିସ୍‌ ଟେଲିକମ୍‌ ଇକ୍ୱିପ୍‌ମେଣ୍ଟ୍‌ କମ୍ପାନି ଏରିକ୍‌ସନ୍‌ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛି। ଜାଣି ଶୁଣି ଅନୀଲ ଏହି ଅର୍ଥ ନ ଦେଇ ବକେୟାର ରଖିଥିବା କଥା ଏରିକ୍‌ସନ୍‌ କହିଛି।

ଅନୀଲ ଅମ୍ବାନି ଗ୍ରୁପ୍‌ ସହ ବ୍ୟାବସାୟିକ ଦେଣନେଣ ବାବଦରେ ଏରିକ୍‌ସନ୍‌ ଏତେ ପରିମାଣର ଅର୍ଥ ପାଇବା କଥା। ମାମଲା ଅଦାଲତକୁ ଯାଇ ବୁଝାମଣା କରା ଯିବାରୁଏରିକ୍‌ସନ୍‌ ଅନୀଲ ଅମ୍ବାନିଙ୍କ ଗ୍ରୁପ୍‌ ଉପର ଥିବା ୧୬୦୦ କୋଟି ଟଙ୍କା ବକେୟାକୁ କମାଇ ୫୫୦ କୋଟି ଟଙ୍କା କରିଥିଲା। ଏହି ପ୍ରାପ୍ୟ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପଇଠ କରିବାକୁ ଅନୀଲ୍‌ଙ୍କ ରିଲାଏନ୍‌ସ୍‌ କମ୍ୟୁନିକେସନ୍‌ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅର୍ଥ ନ ମିଳିବାରୁ ଏରିକ୍‌ସନ୍‌ ପୁଣି ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରାସ୍ଥ ହୋଇଛି।

ସମ୍ବନ୍ଧିତ ଖବର