ନୂଆଦିଲ୍ଲୀ: ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ରେ ପୁଣି ତ୍ରୁଟି ଦେଖାଦେଇଛି। ଏହାକୁ ବିକାଶ କରିଥିବା ଆଇଟି କଂପାନି ଇନ୍ଫୋସିସ୍ ତ୍ରୁଟି ସୁଧାରିବା ଲାଗି ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୋର୍ଟାଲ୍ www.incometax.gov.in ଆରମ୍ଭ ହେବା ପରଠାରୁ ତ୍ରୁଟି ପାଇଁ ସର୍ବଦା ଚର୍ଚ୍ଚାରେ ରହୁଛି। ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା। ଇନ୍ଫୋସିସ୍ର ବରିଷ୍ଠ ଅଧିକାରୀମାନଙ୍କୁ ଡାକି ସରକାର ତାଗିଦ କରିବା ପରେ କଂପାନି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତ୍ରୁଟି ସୁଧାରିଥିଲା। ଏହା ପରେ ପୋର୍ଟାଲ୍ର ପ୍ରଥମ ବାର୍ଷିକୀରେ ମଧ୍ୟ ତ୍ରୁଟି ଦେଖାଦେଇଥିଲା। ଏହି ପୋର୍ଟାଲ ବିକାଶ କରିବାକୁ ୨୦୧୯ରେ ଇନ୍ଫୋସିସ୍କୁ କାର୍ଯ୍ୟବରାଦ ଦିଆଯାଇଥିଲା। ୨୦୨୧ ଜୁନ୍ ୭ରେ ପୋର୍ଟାଲ୍କୁ ଉନ୍ମୋଚନ କରାଯାଇଥିଲା।
ଦାଖଲ କରିବାକୁ ପଡ଼ିବ।
ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ୬ ମାସ ବିଶ୍ବର ୫୦୦ ବଡ଼ ଧନୀମାନଙ୍କ ଲାଗି ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଛି। ସେମାନେ ପ୍ରାୟ ୧.୪ ଲକ୍ଷ କୋଟି ଡଲାର ହରାଇଛନ୍ତି। ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ୬୨୦୦ କୋଟି ଡଲାର ହରାଇଥିବା ବେଳେ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ୬୩୦୦ କୋଟି ଡଲାର ହରାଇଛନ୍ତି। ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ମଧ୍ୟ ବଡ଼ ଧରଣର ହ୍ରାସ ହୋଇଛି। ସମ୍ପତ୍ତି ହରାଇବା ସତ୍ତ୍ବେ ମସ୍କଙ୍କ ପାଖରେ ବିଶ୍ବର ସର୍ବାଧିକ ୨୦,୮୫୦ କୋଟି ଡଲାର ସମ୍ପତ୍ତି ରହିଛି। ବେଜୋସ୍ଙ୍କ ସମ୍ପତ୍ତି ୧୨,୯୬୦ କୋଟି ଡଲାରକୁ ହ୍ରାସ ପାଇଛି। ଫ୍ରାନ୍ସର ଏକ ନମ୍ବର ଧନୀ ବର୍ଣ୍ଣାଡ୍ ଆର୍ନଲ୍ଟଙ୍କ ସମ୍ପତ୍ତି ୧୨୮୭୦ କୋଟି ଡଲାର ରହିଛି। ବିଲ୍ ଗେଟ୍ସଙ୍କ ପାଖରେ ୧୧,୪୮୦ କୋଟି ଡଲାରର ସମ୍ପତ୍ତି ରହିଛି। ଫେସବୁକ୍ ମୁଖ୍ୟ ଜୁକରବର୍ଗଙ୍କ ସମ୍ପତ୍ତି ୬୦୦୦ କୋଟି ଡଲାରକୁ ହ୍ରାସ ପାଇବାରୁ ବିଶ୍ବ ଧନୀ ତାଲିକାରେ ସେ ୧୭ତମ ସ୍ଥାନକୁ ଖସିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/65dg465ag456gdagdgd.jpg)