ଭୁବନେଶ୍ୱର : ଏଣ୍ଡୋସ୍କୋପିକ ସ୍ପାଇନ ଫାଉଣ୍ଡେଶନ (ଇଣ୍ଡିଆ) ପକ୍ଷରୁ ଭୁବନେଶ୍ୱରଠାରେ ଜୁନ୍ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଏଣ୍ଡୋସ୍କୋପିକ ସ୍ପାଇନ ସର୍ଜରୀ ବିଷୟବସ୍ତୁ ଉପରେ ୬ଷ୍ଠ ଏସ୍ଫିକନ ଓ ୱେସକନ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଣ୍ଡୋସ୍କୋପିକ ରିଡିଫାଇନିଂ ସ୍ପାଇନ ବାଉଣ୍ଡ୍ରିଜ’ ବିଷୟବସ୍ତୁ ଅଧିନରେ ଏହି ସମ୍ମିଳନୀରେ ଉଦ୍ଭାବନ, ଶିକ୍ଷା ଓ ପ୍ରଶିକ୍ଷଣ ମାଧ୍ୟମରେ ମିନିମାଲି ଇନଭାସିଭ ସ୍ପାଇନ କେୟାରର ଅଗ୍ରଗତି ପାଇଁ ୨୫୦ରୁ ଅଧିକ ଆନ୍ତର୍ଜାତୀୟ ବିଶେଷଜ୍ଞ ଏକତ୍ରିତ ହୋଇଥିଲେ ।
ଏସିଆ, ୟୁରୋପ, ଆଫ୍ରିକା ଓ ମିଡିଲ ଇଷ୍ଟର ପ୍ରତିଷ୍ଠିତ ବକ୍ତାମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଅତ୍ୟାଧୁନିକ ଗବେଷଣାଗୁଡିକୁ ସେଲିବ୍ରେଟ କରିବା ପାଇଁ ଏଠାରେ ବେଷ୍ଟ ପେପର୍ ଓ ଇ-ପୋଷ୍ଟର ଆୱାର୍ଡ ପ୍ରଦାନ କରାଯାଇଥିଲା ।
ଆୟୋଜକ ଅଧ୍ୟକ୍ଷ ଡକ୍ଟର ଶଙ୍କର ଆଚାର୍ଯ୍ୟ କହିଛନ୍ତି, “ଏହି ସମ୍ମିଳନୀ ଆନ୍ତର୍ଜାତୀୟ ବିଶେଷଜ୍ଞତାକୁ ସୁଲଭ, ଅତ୍ୟଧିକ ଉଚ୍ଚମାନର ସ୍ପାଇନ ଚିକିତ୍ସା ପାଇଁ ଭାରତର ବଢୁଥିବା ଚାହିଦା ସହିତ ଏକତ୍ରିତ କରିଛି । ଆମର ଲକ୍ଷ୍ୟ ହେଉଛି ଆଧୁନିକ ଏଣ୍ଡୋସ୍କୋପିକ ପଦ୍ଧତିଗୁଡିକୁ ଗଣତାନ୍ତ୍ରିକ କରିବା ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/19/esficon-2025-06-19-22-23-42.jpg)