ଇଏସ୍‌ଆଇସିର ସୁବିଧା ସମାଗମ

ଭୁବନେଶ୍ବର,: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ବିଗତ ମାସ ଗୁଡ଼ିକ ଭଳି ଚଳିତମାସରେ ସୁବିଧା ସମାଗମ ଆୟୋଜନ କରାଯାଇଛି। ଚଳିତମାସ ଦ୍ବିତୀୟ ବୁଧବାର (୧୪) ତାରିଖ ଅପରାହ୍ଣ ୩ଟାରେ ଇଏସଆଇସିର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଏହି ସମାଗମ ଅନୁଷ୍ଠିତ ହେବ। ସେହିଭଳି ଚଳିତମାସର ଦ୍ବିତୀୟ ଶୁକ୍ରବାର ( ୯ ତାରିଖ ) ଅପରାହ୍ଣ ୩ଟାରେ ରାଜ୍ୟରେ ଥିବା ଇଏସଆଇସିର ୨୪ଟି ଶାଖା କାର୍ଯ୍ୟାଳୟରେ ଏହି ସମାଗମ ଆୟୋଜନ କରାଯାଇଛି। ସଦସ୍ୟମାନେ ଏହି ସମାଗମରେ ଯୋଗଦେଇ ସେମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିପାରିବେ।

ସମ୍ବନ୍ଧିତ ଖବର