ଏସ୍‌ପ୍ଲାନେଡ୍‌ ୱାନ୍‌ରେ ଲାଗୁହେବ ‘ପ୍ରଥମେ ସୁରକ୍ଷା’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଡବ୍ଲୁଏଚ୍‌ଓ ଓ ସ୍ଥାନୀୟ ଅଧିକାରୀଙ୍କ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଏସ୍‌ପ୍ଲା‌ନେଡ୍‌ ୱାନ୍‌ ମଲ୍‌ରେ ‘ପ୍ରଥମେ ସୁରକ୍ଷା’ କାର୍ଯ୍ୟକ୍ରମ ଲାଗୁ କରାଯିବ। ଏଥିପାଇଁ ବିଶ୍ବର ଅଗ୍ରଣୀ ସଂସ୍ଥା ବ୍ୟୁରୋ ଭେରିଟାସ୍‌ ସହିତ ମଲ୍‌ କର୍ତ୍ତୃପକ୍ଷ ହାତ ମିଳାଇଛନ୍ତି।

ନେକ୍ସସ୍‌ ମଲ୍‌ର ଏକ ଅଂଶ ଭାବେ ପରିଚାଳିତ ହେଉଥିବା ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଗୁଣାତ୍ମକ ସପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି। ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଯେତେବେଳେ ମଲ୍‌ ଖୋଲିବ ସେହି ସମୟରେ ଭାରତୀୟ ସପିଙ୍ଗ୍‌ ସେଣ୍ଟର୍‌ ସଂଘ ଓ ଡବ୍ଲୁଏଚ୍‌ଓର ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ସମ୍ବନ୍ଧିତ ଖବର