ନୂଆଦିଲ୍ଲୀ : ବ୍ୟାଙ୍କର ଋଣ ଶୁଝି ନ ପାରି କିଛି ଦିନ ତଳେ ଅସ୍ଥାୟୀ ଭାବେ ବନ୍ଦ ହୋଇ ଯାଇଥିଲା ଜେଟ୍ ଏୟାରେଓ୍ଵଜ୍ । କମ୍ପାନୀ ବନ୍ଦ .ହେବା ପରେ ଏହାର କର୍ମଚାରୀ ବେରୋଜଗାର ହେବା ସହ କିଛି କର୍ମଚାରୀଙ୍କୁ ଅନ୍ୟ ଏୟାରଲାଇନ୍ସମାନେ ନିଯୁକ୍ତି ଦେଇଥିଲେ । ତେବେ ବନ୍ଦ ହେବାର କିଛି ଦିନ ପରେ ଜେଟ୍ ପୁଣି ଥରେ ନିଜର ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି । ଜୁଲାଇ ୧ରୁ ଜେଟ୍ ପୁଣି ଥରେ ଉଡ଼ାଣ ଭରିପାରେ ବୋଲି ସୂଚନା ମିଳିଛି । ଆଦିଗ୍ରୋ ଅଭିଏସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
/sambad/media/post_attachments/wp-content/uploads/2019/05/73262-jet-airways-pixabay-300x169.jpg)
ଆଦିଗ୍ରୋ ଆଭିଏସନର ପ୍ୟାରେଣ୍ଟ କମ୍ପାନୀ ଆଦିଗ୍ରୁପର ସଂସ୍ଥାପକ ଏବଂ ଅଧ୍ୟକ୍ଷ ସଞ୍ଜୟ ବିଶ୍ୱନାଥନଙ୍କ କହିବା ଅନୁଯାୟୀ, ଜେଟ୍କୁ ପୁଣି ଥରେ ଚାଲୁ କରିବା ପାଇଁ ଆମେ ଏଟିହାଦ୍ ସହ ପାର୍ଟନରସିପ୍ କରିବାକୁ ଇଚ୍ଛୁକ । ଜେଟ୍କୁ ପୁଣି ଥରେ ଚାଲୁ କରିବା ପାଇଁ ଆଦି ଗ୍ରୁପ୍ ଯେଉଁ ଯୋଜନା ତିଆରି କରିଛି, ସେଥିରେ ବାଲାନ୍ସସିଟ୍ରେ ସୁଧାର ଆଣିବା ଓ ଏୟାରଲାଇନ୍ସକୁ ଏକ ଲାଇଫ୍ଷ୍ଟାଇଲ କମ୍ପାନୀ ଭାବରେ ନ ଚଳାଇବାର ପ୍ରସ୍ତାବକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ କିଛି ଠିକ୍ ରହିଲେ ଜୁଲାଇ ୧ରେ ଉଡ଼ାଣ ଆରମ୍ଭ କରି ଦିଆଯିବ । ଜୁଲାଇ ୧ରେ ୮,୦୦୦-୯,୦୦୦କର୍ମଚାରୀଙ୍କୁ ନେଇ ୭୦ଏୟାରକ୍ରାଫ୍ଟ ସହ ଉଡ଼ାଣ ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି ।