ଭୁବନେଶ୍ୱର: ଘର ଭିତରେ ସାଧାରଣ ଆଖିକୁ ଦେଖାଯାଉନଥିବା ଜୀବାଣୁ ଏବଂ ଧୂଳିକଣା ଆଦିକୁ ସଫା କରିବା ପାଇଁ ୟୁରେକା ଫୋର୍ବସ୍ ପକ୍ଷରୁ ନୂଆ ୟୁରୋକ୍ଲିନ୍ ଷ୍ଟିମ ୍(ବାଷ୍ପ) କ୍ଲିନର୍ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ଷ୍ଟିମ୍ ଫ୍ଲୋ ପ୍ରଯୁକ୍ତି ଯାହାକୁ ଡିଜିଟାଲ୍ ଉପାୟରେ ନିୟନ୍ତ୍ରଣ କରିହେବ। କେଉଁ ସ୍ଥାନ ପାଇଁ କେତେ ପରିମାଣର ଷ୍ଟିମ୍ ଦରକାର ତାହା ସହଜରେ ଚୟନ କରିହେବ। ଘର ଭିତରେ ଥିବା କ୍ୟାବିନେଟ୍, କାଉଣ୍ଟରଟପ୍, ଓଭେନ୍ ଓ ହବସ୍ ଆଦିକୁ ଏହି କ୍ଲିନର୍ ଜରିଆରେ ଅତି ସହଜରେ ସଫା କରାଯାଇପାରିବ। ଏହି କ୍ଲିନର୍କୁ କୌଣସି ପ୍ରକାର ଡିଟରଜେଣ୍ଟ୍ କିମ୍ବା ରାସାୟନିକ ପଦାର୍ଥ ବିନା ବ୍ୟବହାର କରାଯାଇପାରିବ। ଘରର କୋଣ ଅନୁକୋଣକୁ ସଫା କରିବା ପାଇଁ ଏଥିରେ ୧୬ ପ୍ରକାର ଆକ୍ସେସୋରିଜ୍ ରହିଛି। ଏଥିରେ ଇନଷ୍ଟାଣ୍ଟ୍ ଷ୍ଟିମ୍ ଜେନେରେଟର୍, ସୁପର୍ ଡ୍ରାଏ ଷ୍ଟିମ୍ ଏବଂ ସୁଗନ୍ଧଯୁକ୍ତ ସଫା କରିବା ବୈଶିଷ୍ଟ୍ୟ ରହିଛି। ଏହାର ମୂଲ୍ୟ ୮୬୯୦ ଟଙ୍କା ରହିଛି।
ୟୁରେକା ଫୋର୍ବସ୍ର ୟୁରୋକ୍ଲିନ୍ ଷ୍ଟିମ୍ କ୍ଲିନର୍
/sambad/media/post_attachments/wp-content/uploads/2017/12/Steem-Euroclean1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)