ଭୁବନେଶ୍ବର : ରୁପା ଆଣ୍ଡ୍ କମ୍ପାନି ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍ ୟୁରୋ ଫେସନ ଇନର୍ସ ପକ୍ଷରୁ ୨୦୨୩-୨୪ ପାଇଁ ଏକ ନୂଆ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି ଯେଉଁଥିରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନୂଆ ବ୍ରାଣ୍ଡ୍ ଆମ୍ବାସାଡ଼ର ରୂପେ ସାମିଲ ହୋଇଛନ୍ତି। ୟୁରୋର ନୂଆ ବ୍ରାଣ୍ଡ୍ ଟ୍ୟାଗଲାଇନ ‘ଚୁମ୍ବକ ହୈ ଭାଇ’ ରଖାଯାଇଛି। ୟୁରୋ ବ୍ରାଣ୍ଡ୍ ଜରିଆରେ ରୁପା କମ୍ପାନି ସହ ଯୋଡ଼ି ହୋଇ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ଏହି ପରିପ୍ରେକ୍ଷୀରେ କାର୍ତ୍ତିକ କହିଛନ୍ତି। ସେହିଭଳି ରୁପା ଆଣ୍ଡ୍ କମ୍ପାନିର ସଭାପତି ରଜନୀଶ ଅଗ୍ରୱାଲ ମଧ୍ୟ କାର୍ତ୍ତିକଙ୍କୁ ୟୁରୋ ବ୍ରାଣ୍ଡ୍ର ଆମ୍ବାସାଡ଼ର କରି ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଚାହିଦା ଥିବା ନୂଆ ଡିଜାଇନର ଉତ୍ପାଦ କମ୍ପାନି ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଛନ୍ତି।
କାର୍ତ୍ତିକ ଆର୍ଯ୍ୟନଙ୍କ ସହ ୟୁରୋର ନୂଆ କ୍ୟାମ୍ପେନ
/sambad/media/post_attachments/wp-content/uploads/2023/02/Kartik-Aaryan-Image.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)