ଭୁବନେଶ୍ବର: ଇଭି ଇଣ୍ଡିଆ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ନିର୍ମିତ ଦୁଇ ଚକିଆ ବିଦ୍ୟୁତ୍ ଯାନର ବଜାର ପ୍ରବେଶ କରାଯାଇଛି। କଟକ ନିକଟସ୍ଥ ଏକ କାରଖାନାରେ ଏହି ଯାନ ନିର୍ମାଣ ହୋଇଛି। କାରଖାନାର ବାର୍ଷିକ ଯାନ ଉତ୍ପାଦନ କ୍ଷମତା ୨.୫ ଲକ୍ଷ ୟୁନିଟ୍ ରହିଛି। ଓଡ଼ିଶାରେ ଗାଡ଼ି ରିଟେଲ ବ୍ୟବସାୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭାରତ ଗ୍ରୁପ୍ର ଉଦ୍ୟମ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ନୂଆ ଗାଡ଼ିର ବଜାର ପ୍ରବେଶ ଅବସରରେ ଇଭି ଇଣ୍ଡିଆର ନିର୍ଦ୍ଦେଶକ ହର୍ଷ ବର୍ଦ୍ଧନ ଦିଦ୍ୱାନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଇଭି ପକ୍ଷରୁ ବଜାରକୁ ପ୍ରଥମେ ୪ଟି ମଡେଲ ଯଥା ଜିନିଆ, ୟୋର୍, ୪ୟୁ ଏବଂ ୱିଣ୍ଡ୍ ଅଣାଯାଇଛି। ଅତ୍ୟାଧୁନିକ ଡିଜାଇନ ଓ ପ୍ରଯୁକ୍ତିରେ ଏହି ଯାନ ଗୁଡ଼ିକ ନିର୍ମାଣ ହୋଇଛି। ଫ୍ଲାଗସିପ୍ ମଡେଲ ଜିନିଆରେ ଶକ୍ତିଶାଳୀ ଲିଥିୟମ ଆୟନଯୁକ୍ତ ବଶ୍ ମୋଟର ଲାଗିଛି। ପ୍ରଥମ ବର୍ଷ କମ୍ପାନି ପୂର୍ବ ଭାରତୀୟ ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଆଦିରେ ୨୫୦ ଡିଲର ନିଯୁକ୍ତି ଯୋଜନା ରଖିଛି।
ଇଭି ଆଣିଲା ଦୁଇ ଚକିଆ ବିଦ୍ୟୁତ୍ ଯାନ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)