ନୂଆଦିଲ୍ଲୀ: ଦେଶରେ ଏପ୍ରିଲ ମାସରେ ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହ୍ରାସ ପାଇଛି। ମାର୍ଚ୍ଚ ମାସରେ ୮୩,୨୯୨ଟି ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହୋଇଥିବାବେଳେ ଏପ୍ରିଲରେ ଏଥିରେ ପାଖାପାଖି ଏକ ଚତୁର୍ଥାଂଶ ହ୍ରାସ ଘଟି ୬୨,୫୮୧ ରହିଛି ବୋଲି ବାହାନ ତଥ୍ୟରୁ ଜଣାଯାଇଛି।
ଓକିନାୱା, ହିରୋ ଇଲେକ୍ଟ୍ରିକ, ଏଥର ଏନର୍ଜି ଏବଂ ଟିଭିଏସର ଗାଡ଼ି ପଞ୍ଜୀକରଣ ଏପ୍ରିଲରେ କମିଛି। କେବଳ ଓଲାର ପଞ୍ଜୀକରଣ ସଂଖ୍ୟା ବଢ଼ିଛି। ଓଲା ସବୁଠୁ ଅଧିକ ଗାଡ଼ି ବିକ୍ରି ପ୍ରଥମ ସ୍ଥାନରେ ଥିବାବେଳେ ବଜାଜ ଅଟୋ ଏବଂ ଚେତକ ଟେକ୍ନୋଲୋଜି ମିଳିତଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି। ଆମ୍ପିୟରକୁ ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଏଥର୍ ଖସାଇ ଦେଇଛି। ଦ୍ବିତୀୟ ସ୍ଥାନରେ ଟିଭିଏସ୍ ରହିଛି। ୫୦ ପ୍ରତିଶତ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରି ନଥିବାରୁ ହିରୋ ଇଲେକ୍ଟ୍ରିକ ଏବଂ ଓକିନାୱା ବିରୋଧରେ ଭାରୀ ଶିଳ୍ପ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ନେଇଛି।