ବିକ୍ରି ହେବାକୁ ଯାଉଛି ଦେଶର ୧ ନମ୍ବର ବ୍ୟାଟେରି କମ୍ପାନି ‘ଏଭରେଡି’, ଚାଲିଛି ନିଲାମ ପ୍ରକ୍ରିୟା

ମୁମ୍ବାଇ: ଖୈତାନ ଶିଳ୍ପଗୋଷ୍ଠୀର ଫ୍ଲାଗଶିପ୍ କମ୍ପାନି ଏଭରେଡି  ବିକ୍ରି ହେବ । ବିଏମ୍ ଖୈତାନଙ୍କ ମାଲିକାନାରେ ଥିବା ଏଭରେଡି ୧୦୦ବର୍ଷରୁ ବି ଅଧିକ ପୁରୁଣା ବ୍ରାଣ୍ଡ । ଏଭରେଡି ଡ୍ରାଇ ସେଲ ବ୍ୟାଟେରି ଓ ଫ୍ଲାସଲାଇଟ୍ସ ସେକ୍ଟରର  ଭାରତର ସବୁଠାରୁ ବଡ଼ କମ୍ପାନୀ । ଦେଶର ଏହି ପୁରୁଣା କଂଜ୍ୟୁମର ବ୍ରାଣ୍ଡ ଏଭରେଡି ପାଇଁ ନିଲାମ ଡକାଯାଉଛି । ଏଭରେଡି ପ୍ରମୋଟର ବିଏମ୍ ଖୈତାନଙ୍କ ପାଖରେ ଏହାର ୪୫% ସେୟାର ଅଛି । କୁହାଯାଉଛି କି, ବିକ୍ରି ପ୍ରକ୍ରିୟା ପରିଚାଳନା କରିବା ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କକୁ ଚୟନ କରାଯାଇଛି।

www.evereadyindia.com

ସୂଚନାଯୋଗ୍ୟ, ୧୯୦୫ରୁ ଏଭରେଡି ଉପରେ ୟୁନିୟନ କାର୍ବାଇଡ୍ ଇଣ୍ଡିଆର ମାଲିକାନା ଅଧିକାର ଥିଲା । ଖୈତାନ ପରିବାର ୧୯୯୦ ଦଶକର ପ୍ରାରମ୍ଭରେ ଏହାକୁ ନିଜ ମାଲିକାନାକୁ ନେବା ପାଇଁ ବମ୍ବେ ଡାଇଙ୍ଗର ନୁସ୍ଲି ୱାଡିୟାଙ୍କ ମଧ୍ୟରେ ତୀବ୍ର  ପ୍ରତିଯୋଗିତା କରିିଥିଲେ । ଏଥିରେ ଖୈତାନ ପରିବାର ଜିତିଥିଲେ ଓ ୩୦୦ କୋଟି ଟଙ୍କାର କମ୍ପାନି ଏଭରେଡିର ମାଲିକାନା ହାସଲ ହୋଇଥିଲା । କିନ୍ତୁ ଏବେ ଏଭରେଡିର  ସେୟାର ପ୍ରାଇସ୍ ଗତ ବର୍ଷ ତୁଳନାରେ ଅଧା ହୋଇଯାଇଛି । ସେଥିପାଇଁ ଏଭରେଡି ବ୍ରାଣ୍ଡର ମାର୍କେଟ ଭେଲ୍ୟୁ ୧,୩୫୦ କୋଟି ଟଙ୍କା ହୋଇଯାଇଛି ।

ସମ୍ବନ୍ଧିତ ଖବର