ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କର ସବୁ ଜମା ରାଶି କଳାଧନ ନୁହେଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆଜି ଏହା କହିଛନ୍ତି। ୨୦୧୭ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ପରିମାଣ ୫୦% ବୃଦ୍ଧି ପାଇ ୭୦୦୦ କୋଟି ଟଙ୍କା ହୋଇଯାଇଥିବା ସମ୍ପର୍କିତ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି। ଜେଟ୍ଲି କହିଲେ, ୨୦୧୯ ଜାନୁଆରି ମାସଠାରୁ ଆମକୁ ସ୍ୱିସ୍ ବ୍ୟାଙ୍କ ଜମା ସମ୍ପର୍କିତ ତଥ୍ୟ ମିଳିବା ଆରମ୍ଭ ହେବ। ଯେଉଁମାନେ ସେଠାର କଳାଧନ ଜମା ରଖିଥିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱିସ୍ ବ୍ୟାଙ୍କର ସବୁ ଜମା ରାଶି ଟିକସ ଚୋରିରୁ ଆସିନାହିଁ କିମ୍ବା କଳାଧନ ନୁହେଁ। ଦଶନ୍ଧୀ ପୂର୍ବରୁ ସେଭଳି ହେଉଥିଲା। ଏବେ କିନ୍ତୁ ବହୁତ କିଛି ବଦଳିଗଲାଣି ବୋଲି ଜେଟ୍ଲି ନିଜ ବ୍ଲଗ୍ରେ ଲେଖିଛନ୍ତି। ଏ ସମ୍ପର୍କରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଯେଉଁମାନେ ସ୍ୱିସ୍ ବ୍ୟାଙ୍କରେ କଳାଧନ ରଖିଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱିସ୍ ବ୍ୟାଙ୍କ ଖବର ଉପରେ କେନ୍ଦ୍ର ସରକାରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ସେ ଏଥିପାଇଁ ବିମୁଦ୍ରାକରଣକୁ ଦାୟୀ କରିଛନ୍ତି।
‘ସ୍ୱିସ୍ ବ୍ୟାଙ୍କର ସବୁ ଜମା କଳାଧନ ନୁହେଁ’
/sambad/media/post_attachments/wp-content/uploads/2018/06/swiss-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)