ଭୁବନେଶ୍ବର : ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିର୍ମାତା ଇଭି ଇଣ୍ଡିଆ ପକ୍ଷରୁ ଦୁଇଟି aନୂଆ ଭାରିଆଣ୍ଟ ସ୍କୁଟରର ବଜାର ପ୍ରବେଶ କରାଯାଇଛି। ସେହି ସ୍କୁଟର ଦୁଇଟି ହେଲା ଏଟ୍ରିଓ ଓ ଅହାବା। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସ୍କୁଟର ଦୁଇଟିରେ କମ୍ପାନି ୫ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି। ଏଟ୍ରିଓର ରାଇଡିଂ ରେଞ୍ଜ ୭୫ରୁ ୮୫ କିମି ରହିଥିବାବେଳେ ଅହାବାର ରାଇଡିଂ ରେଞ୍ଜ ୬୦ କିମି ପର୍ଯ୍ୟନ୍ତ ରହିଛି। ନୂଆ ଗାଡ଼ିର ବଜାର ପ୍ରବେଶ ଅବସରରେ ଓମ୍ଜୟ ଇଭି ଲିମିଟେଡର ବିକ୍ରି ମୁଖ୍ୟ ଅଭୟ ଶ୍ରୀବାସ୍ତବ, ସିଇଓ ଆଦିତ୍ୟ ଭାଲୋତିଆ, ଏଜିଏମ୍ (ବିକ୍ରି) ସଂଜୀବ କୁମାର ମହାପାତ୍ର, ଇଭି ଇଣ୍ଡିଆ ଡିଲରସିପ୍ ଅଞ୍ଜଳି ଏଣ୍ଟରପ୍ରାଇଜେସ୍ର ଅଭିଷେକ ପାଣି ଓ ଓମ୍ଜୟ ଇଭିର ଏରିଆ ମ୍ୟାନେଜର ସୌଭାଗ୍ୟ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଇଭିର ଦୁଇ ନୂଆ ଇ-ସ୍କୁଟର
/sambad/media/post_attachments/wp-content/uploads/2020/12/fhfss4f984s84s9849sff9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)