ହାଇଦ୍ରାବାଦ,: ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଦଳ ଗୁଡ଼ିକ ଦେଶରେ ବ୍ୟାଲଟ ପେପରରେ ନିର୍ବାଚନ କରିବାକୁ ଦାବି କରୁଥିଲେ ମଧ୍ୟ ନିର୍ବାଚନ କମିସନ ଇଭିଏମ୍ରେ ନିର୍ବାଚନ କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଇଭିଏମ୍ରେ ଭୋଟଗ୍ରହଣ କରାଯାଉଥିବାରୁ ଏହାର ଚାହିଦା ବଢ଼ିଯାଇଛି। ଫଳରେ ଗତ ୫୩ ବର୍ଷର ଇତିହାସରେ ହାଇଦ୍ରାବାଦସ୍ଥିତ ଇଲେକଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ) ରେକର୍ଡ ପରିମାଣର କାରବାର କରିବାକୁ ଯାଉଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସିଆଇଏଲ ନୂଆ ଇଭିଏମ ଓ ଭିଭିପିଏଟି କ୍ରୟ ଆଦେଶ ଦେବା ସହିତ ପୁରୁଣା ଇଭିଏମ ବଦଳରେ ନୂଆ ଭର୍ସନର ଇଭିଏମ ଆଣିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ କମିସନ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇସିଆଇଏଲଠାରୁ ୧୮୦୦ କୋଟି ଟଙ୍କାର ସାମଗ୍ରୀ କ୍ରୟ ଲାଗି ନିର୍ଦେଶ ଦେଇଥିବାରୁ କମ୍ପାନିର ବାର୍ଷିକ କାରବାର ୨୬୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସିଆଇଏଲର ଜଣେ ଅଧିକାରୀ କହିଛନ୍ତି। ହାଇଦ୍ରାବାଦର ଇସିଆଇଏଲ ବ୍ୟତୀତ ବେଙ୍ଗାଲୁରୁର ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ(ବିଇଏଲ୍) ମଧ୍ୟ ଇଭିଏମ୍ ଓ ଭିଭିପିଏଟି ନିର୍ମାଣ କରିଥାଏ।
ନିର୍ବାଚନୀ ବର୍ଷରେ ଇଭିଏମ ନିର୍ମାତାକୁ ମିଳିବ ରେକର୍ଡ ରାଜସ୍ବ
/sambad/media/post_attachments/wp-content/uploads/2019/01/vote-machine-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)