ନୂଆଦିଲ୍ଲୀ, : ଦେଶର ଅଗ୍ରଣୀ ଇଭି ଚାର୍ଜିଂ ଭିତ୍ତିଭୂମି ପ୍ରଯୁକ୍ତି କମ୍ପାନି ଏଭ୍ରି ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ୧୦୦୦ ଇଭି ଚାର୍ଜିଂ କେନ୍ଦ୍ର ସ୍ଥାପନ କରିବ। ୨୦୨୩ ଶେଷ ସୁଦ୍ଧା ଏଗୁଡ଼ିକ ସ୍ଥାପନ ହେବ। ବିଦ୍ୟୁତ ଯାନ ଚାର୍ଜିଂ ଆବଶ୍ୟକତା ପୂରଣ ପାଇଁ କମ୍ପାନି ଏହି ପଦକ୍ଷେପ ନେବ। ବିଶେଷକରି ଇ-କମର୍ସ, ଏଫଏମସିଜି, ପାସେଞ୍ଜର ଏବଂ କମର୍ସିଆଲ୍ ବିଦ୍ୟୁତ୍ ଯାନ ଭାବେ ସହର ସହର ଭିତରେ କିମ୍ବା ଗ୍ରାହକଙ୍କ ନିକଟରେ ପହଞ୍ଚୁଥିବା ବିଦ୍ୟୁତ ଯାନଗୁଡ଼ିକୁ ଏହା ଚାର୍ଜିଂ ସୁବିଧା ଯୋଗାଇ ଦେବ।
ଉଦ୍ୟୋଗୀମାନଙ୍କ ସହ ମିଶି କମ୍ପାନି ଏହି ମାଇଲଖୁଣ୍ଟ ହାସଲ କରିବ। ଏଭ୍ରି କମ୍ପାନି ପ୍ରଯୁକ୍ତି ଯୋଗାଇ ଦେବ ଏବଂ ଉଦ୍ୟୋଗୀମାନେ ଇଭି କେନ୍ଦ୍ର ପାଇଁ ଆବଶ୍ୟକ ଜମି, ନିର୍ମାଣ ଏବଂ ବିଦ୍ୟୁତ ଭିତ୍ତିଭୂମି ବ୍ୟବସ୍ଥା କରିବେ। ପ୍ରାଥମିକ ଆକଳନ ଅନୁଯାୟୀ ଏ ବାବଦରେ ମୋଟ ୫୦୦ କୋଟି ଟଙ୍କା ନିବେଶ ହେବ। ବଡ଼ ବଡ଼ ଚାର୍ଜିଂ କେନ୍ଦ୍ରଗୁଡ଼ିକରେ ଏକାଥରେ ୧୦୦ଟି ପର୍ଯ୍ୟନ୍ତ ବିଦ୍ୟୁତ ଯାନ ଚାର୍ଜ ହେବାର ସୁବିଧା ରହିବ ବୋଲି କମ୍ପାନିର ସହ ପ୍ରତିଷ୍ଠାତା ତଥା ସିଇଓ କ୍ରିଷ୍ଣା କେ ଯଷ୍ଟି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ev-1.jpg)