ନୂଆଦିଲ୍ଲୀ : ବର୍ଷକ ଭିତରେ ପେଟ୍ରୋଲ୍ କାର୍‌ ଦାମ୍‌ରେ ଇଲେକ୍ଟ୍ରିକ୍ କାର୍‌ ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଏହା ଦ୍ବାରା ପେଟ୍ରୋଲ ଓ ଡିଜେଲ୍ ଭଳି ଜୀବାଶ୍ମ ଇନ୍ଧନ ପାଇଁ ହେଉଥିବା ଖର୍ଚ୍ଚ ସଞ୍ଚୟ କରିବାକୁ ଚେଷ୍ଟା କରାଯାଉଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ବଦଳରେ ଶସ୍ୟ ଅବଶେଷରୁ ଇଥା‌ନଲ୍ ଉତ୍ପାଦନ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଥିବା ସେ କହିଛନ୍ତି।