ଏସ୍‌କର୍ଟ ଟ୍ରାକ୍ଟର ମୂଲ୍ୟ ବଢ଼ିଲା

ଭୁବନେଶ୍ବର,: ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନଜରରେ ରଖି ଏସ୍‌କର୍ଟ ପକ୍ଷରୁ ଏହାର ତିନିଟି ବ୍ରାଣ୍ଡ୍‌ ଫାର୍ମଟ୍ରାକ୍, ପାୱାରଟ୍ରାକ୍ ଓ ଷ୍ଟିଲ୍‌ଟ୍ରାକ୍ ଟ୍ରାକ୍ଟରଗୁଡ଼ିକର ମୂଲ୍ୟରେ ୨% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ଦର ବୃଦ୍ଧି ନଭେମ୍ବର ୨୫ରୁ ଲାଗୁ ହେବ। ନୂଆ ମଡେଲ୍ ଉନ୍ମୋଚନ ଓ ଆକର୍ଷଣୀୟ ଅଫର ଜରିଆରେ କଂପାନି ଚଳିତ ବର୍ଷ ଅନେକ ଗ୍ରାହକ ହାସଲ କରିଛି। କେତେକ ମଡେଲ୍‌ ଉପରେ କଂପାନି ପାଞ୍ଚ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର