ଅକ୍ସିଜେନ୍ ଟ୍ୟାଙ୍କର ଉପରୁ ଟୋଲ୍‌ ଫି’ ଛାଡ଼

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ କର୍ତ୍ତପୃକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦୁଇ ମାସ ପାଇଁ ଅକ୍ସିଜେନ୍ ପରିବହନ କରୁଥିବା ଟ୍ୟାଙ୍କର ଉପରୁ ଟୋଲ୍ ଫି’ ଛାଡ଼ କରାଯାଇଛି। ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ‌ହୋଇଥିବାରୁ ତରଳ ମେଡିକାଲ୍ ଅକ୍ସିଜେନ୍‌ର ଘୋର ଅଭାବ ରହିଛି। ବିଭିନ୍ନ ଶିଳ୍ପ କାରଖାନାରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ୍‌ରୁ ମେଡିକାଲ୍‌ ଉପଯୋଗୀ ଅକ୍ସିଜେନ୍ ଉତ୍ପାଦନ କରି ତାହାକୁ କ୍ରାୟୋଜେନିକ୍ ଟ୍ୟାଙ୍କର୍‌ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଛି। ରେଳବାଇ ତରଫରୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଚାଲୁ କରାଯାଇଥିବା ବେଳେ ଅନେକ ଟ୍ୟାଙ୍କର୍‌ ସଡ଼କ ପଥ ଦେଇ ବିଭିନ୍ନ ରାଜ୍ୟକୁ ଯାତ୍ରା କରୁଛି। ଏହି ସବୁ ଟ୍ୟାଙ୍କର ଉପରୁ ଟୋଲ୍ ଶୁଳ୍କ ଛାଡ଼ କରାଯାଇଥିବାରୁ ‌ସେ ବାବଦରେ ହେଉଥିବା ଖର୍ଚ୍ଚ ସଞ୍ଚୟ ହେବ। ଏହା ବ୍ୟତୀତ ଟ୍ୟାଙ୍କର୍‌ଗୁଡ଼ିକ ଟୋଲ୍ ପ୍ଲାଜାରେ ନଅଟକି ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ।

ସମ୍ବନ୍ଧିତ ଖବର