ଓଡ଼ିଶାରେ ଓଲାମ୍ ଏଗ୍ରିର ସମ୍ପ୍ରସାରଣ

ଭୁବନେଶ୍ବର : ଓଲାମ୍ ଏଗ୍ରି ଓଡ଼ିଶାରେ ଏହାର ବ୍ୟବସାୟକୁ ସମ୍ପ୍ରସାରଣ କରିଛି। କଂପାନି ଏହାର ହିଭେନ୍‌ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉନ୍ମୋଚନ କରିଛି। ବିଶ୍ବର ଅଗ୍ରଣୀ ଚାଉଳ ବିକ୍ରେତା ଓଲାମ୍ ଏଗ୍ରି ରାଜ୍ୟର ପ୍ରମୁଖ ସହର ଯଥା ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, କଟକ ଆଦିକୁ ବାସମତି ଚାଉଳ ଯୋଗାଉଛି। ଭିଭାନ୍ତା ବାଏ ତାଜ, ପୁଷ୍ପକ, ହଲିଡେ ରିସୋର୍ଟସ୍‌, ଦି ଚାରିଅଟ ରିସୋର୍ଟସ୍‌ ଭଳି ହୋଟେଲ୍‌କୁ ଏହା ଚାଉଳ ଯୋଗାଉଛି। ରାଜ୍ୟର ଖୁଚୁରା ବଜାରରେ କଂପାନି ଏହାର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଖାଦ୍ୟ ବିଶେଷଜ୍ଞଙ୍କ ସହିତ ଏହା ହାତ ମିଳାଇବାକୁ ମଧ୍ୟ ଯୋଜନା ରଖିଛି। କଂପାନି ପକ୍ଷରୁ ହୋଟେଲ, ରେସ୍ତୋରାଁ ଓ କ୍ୟାଟରିଂ ପାଇଁ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ଯେଉଁଥିରେ ଆତିଥେୟତା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର