ନୂଆଦିଲ୍ଲୀ:  ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟ୍‌ସଆପ୍‌। କିଛି ଦିନ ମଧ୍ୟରେ ହ୍ଵାଟ୍‌ସଆପ୍‌ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ କିଛି ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛିି। ଏବେ କମ୍ପାନି ଡିଲିଟ୍ ମେସେଜ ଫିଚର ଉପରେ କାମ କରୁଥିବା ଜଣା ପଡ଼ିଛି। ଏହି ଫିଚର ଆସିବା ଦ୍ୱାରା ମେସେଜ୍‌ ପଠାଇବା ପରେ ଏକ ନିଶ୍ଚିତ ସମୟ ମଧ୍ୟରେ ପଠାଯାଇଥିବା ମେସେଜ୍‌ଟି ଆପେ ଆପେ ଡିଲିଟ୍‌ ହୋଇଯିବ। ଏହା ସହ ବ୍ୟବହାରକାରୀ ମେସେଜ୍ ଡିିଲିଟ୍ କରିବାର ଏକ ନିର୍ଦ୍ଧିଷ୍ଟ ସମସସୀମା ରଖି ପାରିବେ। ଯାହାଦ୍ବାରା ମେସେଜଟି ସେହି ସମୟ ପର୍ଯ୍ୟନ୍ତ ରହିବା ପରେ ଆପେ ଆପେ ଡିଲିଟ୍ ହୋଇଯିବ।

Advertisment

ଏହାର ନାଁ ଡିିଲିଟ୍ ମେସେଜ୍ ବା ସେଲଫ୍ ଡେଷ୍ଟ୍ରକ୍ଟିଭ୍ ମେସେଜ ଦିଆଯାଇଥିବା ବେଳେ ବିଶେଷ କରି ହ୍ବାଟସଆପ୍ ଗ୍ରୁପ୍ ପାଇଁ ଏହି ସୁବିଧା ଅଣାଯାଉଛି। ଯାହାଦ୍ବାରା କେବଳ ଗ୍ରୁପର ଆଡମିନ ହିଁ ମେସେଜ ଡିଲିଟ୍ କରିବାର ସମୟସୀମା ଧାର୍ଯ୍ୟ କରି ପାରିବେ। ତେବେ ଗତ ବର୍ଷଠାରୁ ଏହା ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୦୨୦ରେ ଏହି ଫିଚରର ଲାଭ ବ୍ୟବହାରକାରୀମାନେ ଉଠାଇ ପାରିବେ ବୋଲି ଜଣା ପଡ଼ିଛି।

इस साल WhatsApp के लास्ट सीन में हो सकता है बड़ा बदलाव aajtak.intoday.in

ତେବେ କେବଳ ଏହି ଫିଚର ନୁହେଁ ୨୦୨୦ରେ ହ୍ବାଟସଆପ୍ ଆହୁରି ଅନେକ ନୂଆ ନୂଆ ଫିଚର ଆଣିବାକୁ ଯାଉଛି। ଚଳିତ ବର୍ଷ ହ୍ବାଟସଆପର ଲାଷ୍ଟ ସିନରେ ମଧ୍ୟ କମ୍ପାନି ପରିବର୍ତ୍ତନ ଆଣିବ ବୋଲି ସୂଚନା ମିଳିଛି। ଆଗକୁ ମାତ୍ର କିଛି ଲୋକ ଆପଣଙ୍କ ଲାଷ୍ଟ ସିନ୍ ଦେଖି ପାରିବେ। ଏବେ ଆପଣଙ୍କ ‌ଫୋନରେ ଯେଉଁମାନଙ୍କ ନମ୍ବର ସେଭ୍ ଅଛି ସେମାନେ ଆପଣଙ୍କ ଲାଷ୍ଟ ସିନ୍ ଦେଖି ପାରୁଛନ୍ତି। ଏହା ସହ କିଛି ଲୋକଙ୍କ ପାଇଁ ଲାଷ୍ଟ ସିନ୍ ଲୁଚାଇବାର ମଧ୍ୟ ବିକଳ୍ପ ରହିଛି। କିନ୍ତୁ ଆଗକୁ ଆପଣଙ୍କ ଲାଷ୍ଟ ସିନ୍ କିଛି ସୀମିତ ଲୋକ ହିଁ ଦେଖି ପାରିବେ।